ମୋତେ ଭାରତକୁ ହସ୍ତାନ୍ତର କରାଗଲେ, ଆତ୍ମହତ୍ୟା କରିଦେବି: ନୀରବ ମୋଦୀ

ଲଣ୍ଡନ: ଭାରତରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଚେତାବନୀ ଦେଇଛି । ସେ କହିଛି, ମୋତେ ଭାରତକୁ ହସ୍ତାନ୍ତର କରାଗଲେ ଆତ୍ମହତ୍ୟା କରିଦେବି । ସଂଯୁକ୍ତ ରାଷ୍ଟ୍ର କୋର୍ଟ ବୁଧବାର ଜାମିନ ଆବେଦନ ରଦ୍ଦ କରିବା ପରେ ନୀରବ ମୋଦୀ ଏହା କହିଛି । ଏଥି ସହିତ ସେ କହିଛି ଯେ, ଜେଲରେ ତାଙ୍କୁ ୩ ଥର ମାଡ଼ ଦିଆଯାଇଛି । ମାତ୍ର ଏସବୁ ପ୍ରମାଣପତ୍ର ଅଦାଲତରେ କୌଣସି ପ୍ରଭାବ ପଡ଼ିପାରି ନାହିଁ । ଅଦାଲତ ଶେଷରେ ନୀରବ ମୋଦୀଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । 

ନୀରବ ମୋଦୀ (୪୯ବର୍ଷ) ୱେଷ୍ଟମିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ନିଜର ଓକିଲ ହୁଗୋ କିଥ କ୍ୟୁସିଙ୍କ ସହିତ ବୁଧବାର ଆସିଥିଲା । ଜାମିନ ଆବେଦନ ପାଇଁ ଏହା ସେ ୫ମ ଥର ଆବେଦନ କରିଥିଲା । ନୀରବ ମୋଦୀ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ୨ ମିଳିୟନ ଡଲାର ଠକେଇ ଓ ଧନଶୋଧନ ମାମଲାରେ ଭାରତକୁ ପ୍ରତ୍ୟାର୍ପଣ କରାଯିବା ନେଇ ମୋକଦ୍ଦମା ଲଢିଛି । କିଥ ଦାବି କରିଛନ୍ତି ଯେ, ନୀରବଙ୍କୁ ୱେଡସୱାର୍ଥ ଜେଲରେ ୨ ଥର ମାଡ଼ମରାଯାଇଛି । ଗତ ଏପ୍ରିଲ ଓ ମଙ୍ଗଲବାର ତାଙ୍କୁ ମାଡ଼ ମରାଯାଇଛି । 

କିଥ କହିଛନ୍ତି ଯେ, ମଙ୍ଗଲବାର ପୂର୍ବାହ୍ନରେ ଜେଲରେ ବନ୍ଦ ୨ ଜଣ ଅନ୍ୟ କଏଦୀ ନୀରବଙ୍କ ପାଖକୁ ଆସିଥିଲେ ଏବଂ କବାଟ ବନ୍ଦ କରି ପ୍ରବେଶ କରିଥିଲେ । ଏହା ପରେ ତଳେ ପକାଇ ମାଡ଼ ମାରିଥିଲେ । ତାଙ୍କୁ ଲୁଟିବାକୁ ମଧ୍ୟ ଉଦ୍ୟମ କରିଥିଲେ । ନୀରବକୁ ଟାର୍ଗେଟ କରି ଏହି ମାଡ଼ ମରାଯାଇଥିଲା । ସେ କହିଛନ୍ତି, ଅଧିକାରୀମାନେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହାନ୍ତି ।