ଦିନ ରାତି ମୁଁ ଆପଣଙ୍କ ସହିତ ଅଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ଭିଡିଓ କନଫରେନ୍ସିଂ କରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୁହଁରେ ‘କପଡା ମାସ୍କ’ କରୋନା ଭାଇରସ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସନା ଦେଇଛନ୍ତି ମୋଦି । ଦିନ ରାତି ମୁଁ ଆପଣଙ୍କ ସହ ଅଛି ବୋଲି ସେ କହିଛନ୍ତି ।

ତୃତୀୟ ଥର ପାଇଁ ମୋଦି ଭିଡିଓ କନଫରେନ୍ସିଂ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ‘ମୁଁ 24×7 ଉପଲବ୍ଧ ଅଛି। ଯେକୌଣସି ମୁଖ୍ୟମନ୍ତ୍ରୀ ମୋ ସହ କଥା ହୋଇପାରିବେ ଏବଂ ଯେକୌଣସି ସମୟରେ ପରାମର୍ଶ ଦେଇପାରିବେ ।’

ସେ କହିଛନ୍ତି ଯେ, ଏହି ରୋଗ ବିରୋଧରେ ଲଢେଇରେ ଆମେ ସମସ୍ତେ ଏକାଠି କାନ୍ଧରେ କାନ୍ଧରେ ମିଶାଇ ଠିଆ ହେବା ଉଚିତ୍। ଭାରତରେ ବର୍ତମାନ ସୁଦ୍ଧା କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୭,୪୪୭ କୁ ବୃଦ୍ଧି ପାଇଥିବା ବେଳେ ସାରା ଦେଶରେ ୨୩୯ ମୃତ୍ୟୁ ହେଲାଣି ।