୪ ଦିନିଆ ଓଡିଶା ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର:  ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ହରିଚନ୍ଦନ ୭ ତାରିଖ ଅପରାହ୍ନ ୩.୫୦ରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାଗତ କରିବେ। 

 

ଶ୍ରୀ ହରିଚନ୍ଦନ ଡିସେମ୍ବର ୮ ତାରିଖ ଦିନ ସକାଳେ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହେବାକୁ ଥିବା ପାଇକ ବିଦ୍ରୋହ ସ୍ମାରକର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ହରିଚନ୍ଦନ ଅପରାହ୍ନ ୩ଟା ସମୟରେ ଭୁବନେଶ୍ୱର ୟୁନିଟ-୩ ପଡ଼ିଆରେ ଆୟୋଜିତ ଦିବ୍ୟାଙ୍ଗ ମହୋତ୍ସବ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସନ୍ଧ୍ୟାରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଶାରଳା ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ହରିଚନ୍ଦନ ଡିସେମ୍ବର ୯ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱର ପ୍ରେସ୍‌କ୍ଲବ୍ ଠାରେ ଅନୁଷ୍ଠିତ ୭୧ ତମ ଅନ୍ତର୍ଜାତିକ ମାନବ ଅଧିକାର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଡିସେମ୍ବର ୧୦ ତାରିଖ ଦିନ ସକାଳେ ଆନ୍ଧ୍ର ପ୍ରଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।