ମାସେ ତଳେ ବାହା ହୋଇଥିଲେ, ମଦ ପାଇଁ ସ୍ତ୍ରୀକୁ ପୋଲିସକୁ ଭଡା ଦେଲେ ଯୁବକ, ତା ପରେ କଣ ହେଲା

ହରିୟାଣା : ନିଶା ମଣିଷକୁ ଅମଣିଷ କରିଦିଏ । ନିଶା ପାଇଁ ସୁନାର ସଂସାର ଛାର ଖାର ବି ହୋଇଯାଏ । ଟିକେ ନିଶା ପାଇଁ ମଣିଷ କଣ ବି କରିପାରେ । ଏମିତିକି ନିଜ ସ୍ତ୍ରୀକୁ ପର ପାଖରେ ଦେହ ଦେଖାଇବାକୁ ଟେକି ଦିଏ, ଏକଥା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ଘଟଣା ଘଟିଛି ହରିୟାଣାରେ । କୈଥଳରେ ଜଣେ ମଦୁଆ ସ୍ୱାମୀ ମାସେ ତଳେ ବିବାହ କରିଥିବା ତାର ସ୍ତ୍ରୀକୁ ପୋଲିସ ହାତରେ ଟେକି ଦେଇଇଛି । ଆଉ ସ୍ତ୍ରୀର ଦେହ ଦେଇ ମଦ ପିଇବା ଏବେ ସ୍ୱାମୀକୁ ମହଙ୍ଗା ପଡିଛି ।

ଜଣେ ମଦୁଆ ବ୍ୟକ୍ତି ନିଜ ସ୍ତ୍ରୀକୁ ନେଇ ଚର୍ଚ୍ଚ ଯାଇଥିବାବେଳେ ଚିହ୍ନାହୋଇଥିଲାଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ । କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଦେଖାଦେଇଥିଲା। ଦୁଇଜଣ ବିଭିନ୍ନ ସମୟରେ ସାଙ୍ଗହୋଇ ମଦ୍ୟପାନ ବିକରୁଥିଲେ ।
ମହିଳାଙ୍କ ସ୍ବାମୀ ପ୍ରତ୍ୟକ ଦିନ ମଦ ପିଉଥିବାରୁ ପଇସାପତ୍ର ପାଖରେ ରହୁ ନ ଥିଲା । ସେ ସାଙ୍ଗମାନଙ୍କ ଠାରୁ ଧାର କରଜ କରି ଋଣ ଗ୍ରସ୍ତହୋଇ ଯାଇଥିଲାଯେ, ସେମାନଙ୍କୁ ବି ଲୁଚି ବୁଲୁଥିଲା । ମହିଳାଙ୍କ ସ୍ଵାମୀ କୌଣସି କାମଧନ୍ଦା ବି କରୁନ ଥିଲେ ।
ଦିନେ ତାଙ୍କ ସହ ଘନିଷ୍ଠହୋଇଥିବା ପୋଲିସଙ୍କୁ ପ୍ରସ୍ତାବଟିଏ ଦେଲେ । ନିଜ ସ୍ତ୍ରୀକୁ କିଛିଦିନ ପାଇଁ ତାଙ୍କ ପାଖରେ ଛାଡ଼ିଦେବେବୋଲି କହିଥିଲେ । ଏହା ବଦଳରେ କିଛି ଅର୍ଥ ବି ଦାବୀ କରିଥିଲେ । ଅବସର ନେଇଥିବା ପୋଲିସକର୍ମୀ ବିରାଜି ହୋଇଯାଇଥିଲେ । କାରଣ ତାଙ୍କ ସ୍ତ୍ରୀ କିଛିଦିନ ହେବ ମରିଯାଇଥିଲା ।

ମହିଳାଙ୍କ ସ୍ଵାମୀ ମହିଳାଙ୍କୁନେଇ ସେଇ ପୋଲିସଙ୍କ ଘରେ ଛାଡ଼ିଦେଇଆସିଥିଲା । ମହିଳାଙ୍କୁ ଏ ବାବଦରେ କିଛି ଜଣା ନ ଥିଲା ।ମହିଳାଙ୍କୁଛାଡ଼ିଚାଲିଆସିବା ପରେ ସେହି ବୟସ୍କ ପୋଲିସକର୍ମୀ ତାଙ୍କୁବନ୍ଦୀ କରି ଗୋଟେ ଘରେ ରଖିଥିଲେ । ମହିଳାଙ୍କ ସହଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏହିଭଳି ପରିସ୍ଥିତରେ ମହିଳା ନିଜର ବୁଦ୍ଧି ଖଟାଇ ପଳାଇଆସି ପୋଲିସରେ ଜଣାଇଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଓ ଅବସରପ୍ରାପ୍ତ ପୋଲିସକର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ସ୍ଵାମୀ ଆଗରୁ ବିବାହ କରିଥିଲେ । ମଦପିଇବାକୁନେଇ ପାରିବାରିକ ଝଗଡ଼ା ଲାଗି ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡ଼ିଚାଲିଯାଇଥିଲା । ମାସକ ପୂର୍ବରୁ ପୁଣିଥରେତାଙ୍କୁ ବିବାହ କରିଥିବା କଥା ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି ।

ସାରଥୀ ପରି ଆଉ ଜଣେ ବାବା : ଆଶ୍ରମର ମହନ୍ତଙ୍କ ରତୀ କ୍ରୀଡାରେ ମାତିବା ଅଶ୍ଲୀଳ ଭିଡିଓ ଭାଇରାଲ, ଗାଦି ଛାଡି ବାବା ଫେରାର