ସ୍ତ୍ରୀକୁ ହାଣିଲା ସ୍ୱାମୀ

କାମାକ୍ଷାନଗର: ସାଧାରଣ ବଚସାକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗ୍ରାମରେ । ମୃତ ମହିଳାଙ୍କ ନାମ ମିତା ସାହୁ ହୋଇଥିବାବେଳେ ସ୍ୱାମୀଙ୍କ ନାମ ଲଳିତ ସାହୁ ।

ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ମିତା ନିଜ ଗାଁର ଲଳିତଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା। ଗତକାଲି ମିତାଙ୍କ ବାପା  ମହାବିରୋଡ଼ ଥାନାରେ ଲଳିତଙ୍କ ନାଁରେ ଅଭିଯୋଗ କରିଥିଲେ। ଲଳିତ ଏହା ଜାଣିବା ପରେ ରାଗିଯାଇଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଲଳିତ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ଦେଇ ଫେରାର ହୋଇଯାଇଥିଲେ। ମହାବିରୋଡ଼ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।