ସହ ବାସ ପାଇଁ ସ୍ୱାମୀ କଥାରେ ରାଜି ହେଲନି ସ୍ତ୍ରୀ,ତେବେ କଣ କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ- ସ୍ତ୍ରୀର ସଂପର୍କ କେବଳ ଶାରୀରିକ ସଂପର୍କରେ ସମିତ ନଥାଏ । ଏହା ଆତ୍ମର ମିଳନ ବୋଲି ବି କୁହାଯାଏ । ଦୁହେଁ ଦୁହିଁକ ସୁଖ ଦୁଖରେ ଭାଗିଦାର ହୁଅନ୍ତି । ହେଲେ ଏକ ଛୋଟ କଥା ପାଇଁ ସ୍ୱାମୀ ତାର ସ୍ତୀକୁ ଜିଅନ୍ତା ଜାଳିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି ଘଟଣା ଘଟିଛି ମହାରାଷ୍ଟର ବିଡ ଜିଲ୍ଲାରେ ।

ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ସ୍ୱାମୀ ରାଗରେ ସ୍ତ୍ରୀକୁ ଜିଅନ୍ତା ଜାଳିଦେବା ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି

ସୂଚନା ମୁତାବକ, ସେପ୍ଟେମ୍ବର ୨୬ରେ ଅଭିଯୁକ୍ତ ଅୟୁବ୍‌ ପଠାନ ଘରକୁ ଆସି ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଦେହ ଭଲ ଲାଗୁନି କହି ସ୍ତ୍ରୀ ଶରୀରିକ ସଂପର୍କ ରଖିବା ପାଇଁ ମନା କରି ଦେଇଥିଲେ । ସ୍ତ୍ରୀ ମନା କରିବାରୁ ରାଗରେ ରୋଷେଇ ଘରେ ଥିବା ଷ୍ଟୋଭରୁ କିରୋସନ୍‌ କାଢ଼ି ପୀଡ଼ିତାଙ୍କ ଦେହରେ ପକାଇ ନିଆଁ ଲଗାଇ ଦେଇଥିଲେ ଅୟୁବ । ପୀଡ଼ିତା ଜୋରରେ ପାଟି କରିବାରୁ ଅୟୁବ୍‌ ସେଠାରୁ ଫେରାର ହୋଇ ଯାଇଥିଲେ । ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକମାନେ ଆସିବା ସହ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । କିନ୍ତୁ ପର ଦିନ, ସେପ୍ଟେମ୍ବର ୨୭ରେ ପୀଡ଼ିତା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।