ପାରିବାରିକ କଳିର କରୁଣ ପରିଣତି : ସ୍ୱାମୀ ସ୍ତ୍ରୀଙ୍କ ଆତ୍ମ ହତ୍ୟା

ଗଞ୍ଜାମ : ପାରିବାରିକ କଳହର ଦୁଖଦ ଅନ୍ତ ଘଟିଛି । ସ୍ୱାମୀ- ସ୍ରୀଙ୍କ ଭିତରେ ଝଗଡାକୁ କେନ୍ଦ୍ର କରି ଉଭୟେ ଆତ୍ମ ହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡାର ସୁରମଣି ଗାଁରେ । ଘରୋଇ କଳି ଯୋଗୁ ସ୍ୱାମୀ ସ୍ତ୍ରୀ ବିଷ ପିଇଦେଲେ । ସୂଚନା ଅନୁସାରେ ଘରୋଇ କଳି ଲାଗିବା ଯୋଗୁଁ ବିଷ ପିଇ ସ୍ୱାମୀ ଲମ୍ବୋଦର ବେହେରା ଆତ୍ମହତ୍ୟା କରିଥିଲେ। ଲମ୍ବୋଦରଙ୍କୁ ପ୍ରଥମେ ସୋରଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲମ୍ବୋଦରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସ୍ୱାମୀ ଲମ୍ବୋଦରଙ୍କ ମୃତ୍ୟୁ ପରେ ସ୍ତ୍ରୀ ଜୟନ୍ତୀ ବେହେରା ମେଡିକାଲ ପରିସରରେ ଥିବା ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।