ପ୍ରେମିକ ସହ ନିଜ ସୁନ୍ଦରୀ ସ୍ତ୍ରୀକୁ ବାହା କରାଇଲେ ସ୍ୱାମୀ,ନିଜ ଖୁସି ଭୁଲି ପତ୍ନୀ ଖୁସିପାଇଁ

କେନ୍ଦ୍ରାପଡା : ନିଜ ଖୁସି ପାଇଁ ନୁହେଁ ନିଜ ପତ୍ନ୍ୀର ଖୁସି ପାଇଁ ଜଣେ ସ୍ୱାମୀ ଯେ ସ୍ତ୍ରୀକୁ ତାର ପ୍ରେମିକକୁ ବାହାଦେଇ ପାରେ ଏକଥା ଅବିଶ୍ୱାସ ଲାଗିଲେ ବି ସତ । ଘଟଣା କେିଁ ବାହାର ରାଜ୍ୟର ନୁହେଁ ଆମ କେନ୍ଦ୍ରାପଡାରେ ଘଟିଛି । ବାହାଘର ପରେ ବି ସ୍ତ୍ରୀ ଆଉଜଣେ ପୁରୁଷ ସହ ସଂପର୍କ ରଖି ତାଙ୍କୁ ଭଲ ପାଉଥିଲେ । କେବଳ ଭଲ ପାଉ ନଥିଲେ ଶାରିରିକ ସଂପର୍କ ବି ରଖିଥିଲେ । ଏକଥା ସ୍ୱାମୀ ଜାଣିବା ପରେ ନିଜ ସ୍ତୀ ଠୁ ସତ ବୁଝିଥିଲେ । ସ୍ତ୍ରୀ ସତ କଥା କହିବାରୁ ନିଜ ଖୁସି ଭୁଲି ସ୍ତ୍ରୀର ଖୁସି ପାଇଁ ସ୍ୱାମୀ ତାର ସ୍ତ୍ରୀକୁ ତାର ପ୍ରେମିକ ସହ ବାହା ଦେଇଛନ୍ତି ।

କେନ୍ଦ୍ରାପଡା ରାଜକନିକାରେ ସ୍ତ୍ରୀ ସ୍ୱାମୀ ସହ ଖୁସି ନଥିବା ଜାଣିବା ପରେ ପ୍ରେମିକା ସହ ବିବାହ ଦେବାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତରପଦା ଗାଁର ବିକାଶ ସାହୁ ଚାରିବର୍ଷ ତଳେ ସସ୍ମିତା (ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିକାଶ କୋଲକାତାରେ ପ୍ଲାଏଉଡ କାମ କରନ୍ତି ଓ ସ୍ତ୍ରୀ ସସ୍ମିତା ବିକାଶଙ୍କ ପରିବାର ସହ ଗାଁରେ ରୁହନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ଥାନୀୟ ଜୟନଗରର ଅନ୍ୟଜଣେ ପୁରୁଷ ସୁରେଶ ଚନ୍ଦ୍ର ଲେଙ୍କାଙ୍କ ସହ ସସ୍ମିତାଙ୍କ ଘନିଷ୍ଠତା ବଢିବାରେ ଲାଗିଥିଲା। ଦୁହିଁଙ୍କ ଭିତରେ ପ୍ରାୟ ୧ ବର୍ଷ ହେବ ପ୍ରେମ ସଂପର୍କ ଥିଲା। ସ୍ୱାମୀ ବିକାଶ ଯେତେବେଳେ ପତ୍ନୀର ଏହି କାରନାମା ବିଷୟରେ ଜାଣିବାକୁ ପାଇଲା ସେ ଉତକ୍ଷିପ୍ତ ହେବା ବଦଳରେ ପତ୍ନୀକୁ ତା’ର ପ୍ରେମିକା ସହ ବିବାହ ଦେବାକୁ ନିଷ୍ପତି ନେଇଥିଲା। ସସ୍ମିତାଙ୍କୁ ଛାଡପତ୍ର ଦେଇ ବିକାଶ ସୁରେଶଙ୍କ ସହ ଯୋଗାଯୋଗ କରିଥିଲେ ଓ ପତ୍ନୀଙ୍କ ବିବାହ କରାଇଥିଲେ। ନୋଟାରୀ ପାଖରେ ନିଜେ ସାକ୍ଷୀ ରହି ଦୁହିଁଙ୍କ କୋର୍ଟ ମ୍ୟାରେଜ କରାଇଛନ୍ତି ବିକାଶ ।