ସ୍ତ୍ରୀର କଟା ମୁଣ୍ଡ ଧରି ଥାନାରେ ସ୍ୱାମୀ

ପୁରୀ: ଅସ୍ତରଙ୍ଗରେ ଚାଞ୍ଚଲ୍ୟ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକଲା ସ୍ବାମୀ । ଏହା ପରେ ସ୍ତ୍ରୀ ମୁଣ୍ଡକୁ ଧରି ଥାନାରେ ପହଞ୍ଚିଛି ସ୍ୱାମୀ । ରବିବାର ବିଳମ୍ବିତ ରାତିରେ ଜିଲ୍ଲା ଅସ୍ତରଙ୍ଗ ରାଇବେରୁଁହା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା । ଏହା ପରେ ବ୍ୟାଗରେ ସ୍ତ୍ରୀର ରକ୍ତଜୁଡୁବୁଡୁ କଟା ମୁଣ୍ଡକୁ ଧରି ଥାନାରେ ପହଁଞ୍ଚିଛି ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ହେଲେ ଗଣେଶ୍ଵର ବେଉରା । ତେବେ ଏହି ଘଟଣା ରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।