୨୦୨୦ରେ ହଙ୍ଗାମା କରିବ ପରେଶ-ଶିଳ୍ପା ଯୋଡି

ମୁମ୍ବାଇ:ବଲିଉଡର ଜଣାଶୁଣା ଷ୍ଟାର ପରେଶ ରାୱଲ ଏବଂ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଯୋଡି ୨୦୨୦ରେ ହଙ୍ଗାମା କରିବାକୁ ଯାଉଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? ହେଲେ କଥାଟା ସତ । ପରେଶ ଏବଂ ଶିଳ୍ପା ଯୋଡି ଖୁବ୍ ଶୀଘ୍ର “ହଙ୍ଗାମା-୨”ରେ ନଜର ଆସିବେ । ଉଭୟ ଦର୍ଶକଙ୍କୁ ଖୁବ୍ ହସାଇବେ ମଧ୍ୟ । ନିର୍ଦ୍ଦେଶକ ପ୍ରିୟଦର୍ଶନ ଏହାର ଖୁଲାସା କରିଛନ୍ତି । ସେ ଫିଲ୍ମର ଏକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ରିଲିଜ୍ ଡେଟ୍ ମଧ୍ୟ ଦର୍ଶକଙ୍କୁ ଜଣାଇଛନ୍ତି । ଫିଲ୍ମଟି ଆଗାମୀ ବର୍ଷ ୧୪ ଅଗଷ୍ଟରେ ରିଲିଜ୍ କରିବାର ଯୋଜନା ରହିଛି । ଏଥିରେ ଲିଡ ରୋଲରେ ଦେଖାଦେବେ ଜାବେଦ୍ ଜାଫରିଙ୍କ ପୁଅ ମିଜାନ୍ ଜାଫରି ଏବଂ ତାଙ୍କ ଅପୋଜିଟରେ ପ୍ରନିଥା ସୁଭାଷ ଦେଖାଦେବେ ମିଜାନ ଓ ପ୍ରନିଥାଙ୍କ ଯୋଡି ପ୍ରଥମ ଥର ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ପ୍ରକାଶ ଯେ, ୨୦୦୩ ମସିହାରେ “ହଙ୍ଗାମା” ରିଲିଜ୍ ହୋଇଥିଲା । ସୁପରହିଟ ଏହି କମେଡି ଫିଲ୍ମରେ ଅଫତାବ, ଅକ୍ଷୟ ଖନ୍ନା ଏବଂ ରିମି ସେନ୍ ଙ୍କୁ ଦେଖିବାକୁ ମିଳିଥିଲା ।