ଗଣଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ

ରାଜ୍ୟର ସ୍ଥିତି ବୁଝିଲେ, ଦୂରଦର୍ଶନ ପାଠ ପଢାକୁ ପ୍ରଶଂସା କଲେ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହ କଥାହେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ । ରାଜ୍ୟର କୋରୋନା ସ୍ଥିତି ନେଇ ଉଭୟ ଆଲୋଚନା କରିଥିବା ସୂଚନା । ଏହାସହ କରୋନା ଫଳରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟରେ କଣ ପଦକ୍ଷେପ ରାଜ୍ୟ ପକ୍ଷରୁ ନିଆଯାଇଛି ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଉଭୟ ମନ୍ତ୍ରୀ ।

ଏହାସହ ଶିକ୍ଷା ବିଭାଗ ପକ୍ଷରୁ ଦୂରଦର୍ଶନ ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢା ତରିକାକୁ ବେଶ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସୂଚନାଯୋଗ୍ୟ ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦଶମ ଶ୍ରେଣୀର, ଫିଜିକାଲ ସାଇନ୍ସ , ଗଣିତ, ଲାଇଫ ସାଇନ୍ସ , ଇଂଲିଶ ଓ ଜିଓଗ୍ରାଫି ବିଷୟ ର ଅନଲାଇନ ଶିକ୍ଷା ଦିଆଯାଉଛି ।