ପ୍ରମୋସନର ଶିଡି…

ଜଲିର ମୋର ଗୋଟିଏ ଦିନରେ ଅଫିସରେ ଜଏନ କରିଥିଲୁ..ପରଫରମାନ୍ସ ଦୃଷ୍ଟିରୁ ମୁଁ ତା ଠୁ ବହୁତ ଆଗରେ… ତେବ ବର୍ଷେ ଭିତରେ ଜଲିର ଦୁଇ ଥର ସାଲାରି ହାଇକ୍ ହୋଇଥିଲା..ସେ ପ୍ରମୋସନ ବି ପାଇଥିଲା..ଆମେ ଲଞ୍ଚ କରୁ ଏକାଠି..ସାଂଗ ହୋଇ ଚା ପିଇବାକୁ ଯାଉ..ଜଲି ଅନେକ ସମୟରେ ଫୋନରେ ବ୍ୟସ୍ତ..ସେ ଏତେ ଧୀରେ କଥା ହୁଏ ଯେ ମୁଁ ପାଖରେ ବସି ବି ଶୁଣିପାରେନି କି ଜଲିକୁ ତା ବ୍ୟକ୍ତିଗତ କଥା ପଚାରେନି..ମୁଁ ନିଶ୍ଚିତ ଥିଲି ଯେ ତାର ବଏ ଫ୍ରେଣ୍ଡ ଅଛି..


ଜଲିର ମୋର ଗୋଟିଏ ଦିନରେ ଅଫିସରେ ଜଏନ କରିଥିଲୁ..ପରଫରମାନ୍ସ ଦୃଷ୍ଟିରୁ ମୁଁ ତା ଠୁ ବହୁତ ଆଗରେ… ତେବ ବର୍ଷେ ଭିତରେ ଜଲିର ଦୁଇ ଥର ସାଲାରି ହାଇକ୍ ହୋଇଥିଲା..ସେ ପ୍ରମୋସନ ବି ପାଇଥିଲା..ଆମେ ଲଞ୍ଚ କରୁ ଏକାଠି..ସାଂଗ ହୋଇ ଚା ପିଇବାକୁ ଯାଉ..ଜଲି ଅନେକ ସମୟରେ ଫୋନରେ ବ୍ୟସ୍ତ..ସେ ଏତେ ଧୀରେ କଥା ହୁଏ ଯେ ମୁଁ ପାଖରେ ବସି ବି ଶୁଣିପାରେନି କି ଜଲିକୁ ତା ବ୍ୟକ୍ତିଗତ କଥା ପଚାରେନି..ମୁଁ ନିଶ୍ଚିତ  ଥିଲି ଯେ ତାର ବଏ ଫ୍ରେଣ୍ଡ ଅଛି..ଜାନୁଆରୀ 26 ଦିନ ପତାକା ଉତ୍ତୋଳନ ପାଇଁ ଆମେ ଦି ଜଣ ସକାଳ ୬ଟାରେ ଅଫିସରେ ପହଞ୍ଚିଲୁ..ପତାକା ଉତ୍ତୋଳନ ପରେ ଆମେ ଟିଫିନ୍ କରୁଥିଲୁ..ଜଲିର କଲ୍ ଆସିଲା..’ଆଜି ଟିକିଏ ଅଧିକ ହ୍ୟାଣ୍ଡସମ୍ ଲାଗୁଥିଲ..ବ୍ଲୁ ବ୍ଲେଜର ତମକୁ ବଡିଆ ମାନୁଥିଲା..ମ୍ୟାଚ୍ କରି ଜୋତା ପିନ୍ଧିଥିଲ ନା..କଣ ଖାଇବ’.. ମୋ ପାଖରେ କଥା ହେଉଥିବାରୁ ଆର ସାଇଡ୍ ର ବି ସବୁ କଥା ମୁଁ ଶୁଣିସାରିଥିଲି…କାନରେ ଫୋନ ଦେଇ ଗୋଟିଏ ହାତରେ ଟିଫିନ୍ ଜରି ଖୋଲୁଥିବାବେଳେ ତରକାରୀ ସବୁତକ ତଳେ ପଡ଼ିଗଲା..କିଛି ଜଲିର ଡ୍ରେସରେ ପଡ଼ିଲା…ତରବର ହେଇ ଫୋନ ରଖି ବାଥ ରୁମ୍ କୁ ଗଲା ଜଲି…ମୋର ଡାଉଟ୍ ହେଲା..ଜଲିର ଫୋନ ଚେକ୍ କଲି…ରିସିଭଡ୍ କଲ୍ ରେ କିଛି ନାଁ ନଥିଲା…ତୁରନ୍ତ ସେ ନମ୍ବରଟି ଟିପି ଦେଲି…ଘରକୁ ଆସି ସେ ନମ୍ବରକୁ ଡାଏଲ କଲି…ଟ୍ରୁ କଲ୍ ରେ ଆସିଲା ‘ଏମ.ଡି, କୋମଲ୍ କନଷ୍ଟ୍ରକସନ’….ମାନେ ଆମ ଏମ.ଡି……କଲ୍ କାଟି ଦେଲି…ଭାବିଲି ସାର୍ ଯଦି ମିସ କଲ୍ ଦେଖି ମତେ କଲ୍ କରିବେ ମୁଁ କଣ ବାହାନା କରିବି….