ତୈମୁରଙ୍କ ବଲିଉଡ ଏଣ୍ଟ୍ରି ନେଇ ଖୁଲାସା କଲେ କରୀନା, ଦେଖନ୍ତୁ ତୌମୁରଙ୍କ ଭାଇରାଲ ଫଟୋ

 

ମୁମ୍ବାଇ : ବଲିଉଡ ଅଭିନେତ୍ରୀଙ୍କୁ ପଛରେ ପକାଇ ତାଙ୍କ ପୁଅ ତୌମୁର ଏବେ ସବୁଠୁ ଅଧିକ ଚର୍ଚ୍ଚା ଅଛନ୍ତି । ପିଲା ବୟସର ତୌମୁରଙ୍କର ପ୍ୟାନ ଏତେ ଯେ, ସେ ସୋସିଆଲ ମିଡିଆରେ ଅନେକ ନାମି ଦାମି ଷ୍ଟାରଙ୍କୁ ବି ପଛରେ ପକାଇ ଦେଇଛନ୍ତି । ଏମିତିକି ଏବେ ଠୁ ତାଙ୍କ ଫ୍ୟାନ ମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ତୌମୁର କେବ ରିଲ ଲାଇଫ ଆରମ୍ଭ କରିବେ ଅର୍ଥାତ ବଲିଉଡ ଦୁନିଆରେ ଏଣ୍ଟ୍ରି କରି ପରଦାକୁ ଆସିବେ ।

ହେଲେ ଏନେଇ ତୈମୁରଙ୍କ ମା କରୀନା କିନ୍ତୁ କିଛି ଭିନ୍ନ ମତ ରଖିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ବିତାଇ ସାରିଥିବା କରୀନାଙ୍କ ଅନୁଯାୟୀ ତାଙ୍କୁ ନିଜ କ୍ୟାରିୟର ଆଉ ଟିକେ ବିଳମ୍ବରେ ଆରମ୍ଭ କରିବାର ଥିଲା।
କରୀନାଙ୍କ ଅନୁଯାୟୀ ପ୍ରଥମେ ତାଙ୍କୁ ନିଜ ପାଠପଢ଼ା ପୂରା କରିବା ଆବଶ୍ୟକ ଥିଲା। ତେବେ ତୈମୁରଙ୍କ ଫିଲ୍ମି କ୍ୟାରିୟରକୁ ନେଇ କରୀନା କହିଛନ୍ତି ଯେ, ସେ ତୈମୁରଙ୍କୁ ଭବିଷ୍ୟତରେ ସବୁବେଳେ ନିଜ ପାଠପଢ଼ା ପୂରା କରିବାକୁ ଉପଦେଶ ଦେବେ।

ତେବେ କରୀନାଙ୍କର ଏଭଳି ମନ୍ତବ୍ୟରୁ ଜଣାପଡ଼ୁଛି ଯେ ତୈମୁର ନିଜ ପାଠପଢ଼ା ସରିବା ପରେ ହିଁ ବଲିଉଡ୍‌ରେ ପାଦ ଥାପିବେ।
ତୈମୁର୍‌ ଏବେଠୁ ଫଟୋଗ୍ରାଫରଙ୍କ ଭିତରେ ଅନେକ ପପୁଲାର ହୋଇଗଲେଣି। ଏବେ କରୀନା ସୈଫ୍ ଓ ତୈମୁର କେପ୍ଟ ଟାଉନ୍‌ରେ ନିଜର ହଲିଡେ ଏନ୍‌ଜୟ କରୁଛନ୍ତି। ତିନିଜଣଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମାସେ ହେଲା ବାହା ହେଲେଣି ଦୀପିକା- ରଣବୀର,ହୋଇ ପାରୁନି ହନିମୁନ କାହାର ଅଡୁଆ, କାହିଁକି ଡର