ନବ ବିବାହିତଙ୍କ ଜୀବନ ରୋମାନ୍ସ ମୟ ହେବାକୁ ଚାହାନ୍ତି, ଜାଣନ୍ତୁ ବେଡ ରୁମରେ କଣ ରଖିବେ ଆଉ କଣ ରଖିବେନି

ଭୁବନେଶ୍ୱର : ବାହାଘର ପରେ ସବୁ ନବ ବିବାହିତା ଦମ୍ପତି ଚାହାନ୍ତି ସେମାନଙ୍କ ଜୀବନ ସୁଖ ମୟ ହେଉ । ସେମାନଙ୍କ ରାତି ରୋମାନ୍ସରେ କଟୁ । ହଲେ ଅନେକ ସମୟରେ ତାହା ହୋଇ ନଥାଏ । ଛୋଟ ଛୋଟ କଥାକୁ ନେଇ ବିନା କାରଣରେ ଝଗଡା ହୁଏ ଓ ଭୁଲ ବୁଝାମଣା ହୋଇଥାଏ । ଆଉ ଏଥିପାଇଁ ଉଭୟ ନୂଆ ବାହା ହୋଇଥିବା ପତି ପତି ପନ୍ନୀଙ୍କ ରାତି ରୋମାନ୍ସ ହେବା ପରିବର୍ତ୍ତେ ମୁଡ ଅପ ହୁଏ । ହେଲେ ଏଥିପାଇଁ କେତେକ କାରଣ ମଧ୍ୟ ରହିଛି । ଖାସ କରି ବେଡ ରୁମର ସାଜ୍ଜ ସଜ୍ଜା ବି ଏହି ମଡ ଅପର କେତେକ କାରଣ ହୋଇ ପାରେ ।

ଏକରୁ ଅଧିକ ଗଦି ରଖନ୍ତୁ ନାହିଁ
ବାସ୍ତୁ ଶାସ୍ତ୍ର ଅନୁସାରେ ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଏକରୁ ଅଧିକ ଗଦି ରଖିବା ଉଚିତ୍‌ ନୁହେଁ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବାଣ୍ଟି ହୋଇ ଯାଇଥାଏ ଏବଂ ଦୂରତା ବଢ଼ିଥାଏ।

ଅଧିକ ଆଲୋକ ଦେଉଥିବା ବଲ୍ବ ଲଗାନ୍ତୁ ନାହିଁ
ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତି ନିଜ ରୁମ୍‌ରେ ଅଧିକ ଆଲୋକ ଦେଉଥିବା ବଲ୍ବ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଥାଏ। ଏଥିପାଇଁ ବେଡ୍‌ରୁମ୍‌ରେ ହାଲ୍‌କା ଗ୍ରୀନ୍‌, ବ୍ଲୁ ଓ ପିଙ୍କ୍‌ କଲର୍‌ର ବତୀ ଲଗାନ୍ତୁ।

ବିଦ୍ୟୁତ୍‌ ସରଞ୍ଜାମ ରଖନ୍ତୁ ନାହିଁ
ବାସ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଇଲେକ୍ଟ୍ରୋନିକ ଉପକରଣ ରଖନ୍ତୁ ନାହିଁ, ଏହାଦ୍ୱାରା ରୁମ୍‌ରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

ଜୋତା ଓ ଚପଲ
ଏହା ସହିତ ରୁମ୍‌ରେ ଜୋତା କିମ୍ୱା ଚପଲ ରଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହା ଦ୍ୱାରା ଦମ୍ପତିଙ୍କ ମୁଡ୍‌ ଖରାପ ହୋଇଥାଏ ଓ ସର୍ବଦା କଳହ ଲାଗି ରହିଥାଏ।

ଆଇନା
ଯଦି ଆପଣ ଆଇନା ରୁମ୍‌ରେ ରଖୁଛନ୍ତି,ମନେ ରଖନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବେଡ୍‌ ସାମ୍ନାରେ ରହିବା ଉଚିତ୍‌ ନୁହେଁ। ବାସ୍ତୁ ଅନୁସାରେ ଆଇନାକୁ ବେଡ୍‌ ପାଖରେ ବା ସାମ୍ନାରେ ରଖିଲେ,ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।