କୋଟିଆରେ ପ୍ରତିଷ୍ଠା ହେବ ଥାନା

ଭୁବନେଶ୍ୱର:ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦକୁ ନେଇ ୨୧ଟି କୋଟିଆ ଗ୍ରାମର ସମାଧାନ ନେଇ ପ୍ରତିଷ୍ଠା ହେବ ଥାନା । ରାଜ୍ୟ ସୀମାର ୫କିମି ଭିତରେ ଥିବା କୈାଣସି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହିଁ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ।

ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଆଜି ବିଧାନସଭା ଗୃହ କମିଟିର ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିିଥିଲା । ୨୧ଟି କୋଟିଆ ଗ୍ରାମର ସଠିକ ଫରମରେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ଥିଲା । ସଠିକ ଫରମ କଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗୃହବିଭାଗକୁ କହି କୋଟିଆରେ ତୁରନ୍ତ ଥାନା ପ୍ରତିଷ୍ଠା କରାଯିବ । ରାଜ୍ୟ ସୀମାର ୫କିମି ଭିତରେ କୈାଣସି ଅନୁଷ୍ଠାନ ବନ୍ଦ ହେବନି । କୈାଣସି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହିଁ । 

ସୀମାବର୍ତ୍ତୀ ଅନୁଷ୍ଠାନର ଉନ୍ନତୀକରଣ ପାଇଁ ସରକାର ଚେଷ୍ଟା କରିବେ । ସୀମାନ୍ତ ଅଂଚଳର ଲଘୁ ଖଣିଜ ପଦାର୍ଥର ସୁପରିଚାଳନା କରାଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ରାଜସ୍ୱ ବିଭାଗର ବୈଠକ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ରାସ୍ତାଘାଟ ଓ ଅନ୍ୟ ସମସ୍ୟାର ଆଞ୍ଚଳିକ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ଶେଷ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।