ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ଉପହାର

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ବଡ଼ ଉପହାର ଦେଇଛନ୍ତି। ଗୃହ ନିର୍ମାଣ କ୍ଷେତ୍ରର ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସରକାର ହାଉସ ବିଲ୍ଡିଂ ଆଡଭାନ୍ସ(ଏଚବିଏ) ଅର୍ଥାତ ଘର ନିର୍ମାଣ ପାଇଁ ନେଉଥିବା ହାଉସିଂ ଲୋନ ଉପରେ ସୁଧ ଦର ୮.୫ ପ୍ରତିଶତରୁ ହ୍ରାସ କରି ୭.୯ ପ୍ରତିଶତ କରିଛନ୍ତି। ଫଳରେ ଏବେ କର୍ମଚାରୀଙ୍କୁ ଘର ନିର୍ମାଣ କିମ୍ବା କୋଠା କିଣିବା ପାଇଁ ନେବାକୁ ହାଉସିଂ ଲୋନ ଉପରେ କମ୍ ସୁଧ ଦେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବର ୧୪ରେ ସୁଧ ଦର ହ୍ରାସ କରିବାକୁ ଘୋଷଣା କରିଥିଲେ।

ଅର୍ଥମନ୍ତ୍ରୀ କହିଥିଲେ ଯେ ଗୃହ କିଣୁଥିବା ଲୋକଙ୍କ ମଧ୍ୟରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଛି। ସରକାରଙ୍କ ଏହି ପଦକ୍ଷେପରେ ଅଧିକରୁ ଅଧିକ କର୍ମଚାରୀ ଘର କିଣିବାକୁ ଆଗ୍ରହ ପ୍ରକାଶ କରିବେ। ଅର୍ଥମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ହାଉସ୍ ବିଲ୍ଡିଂ ଆଡଭାନ୍ସରେ ସୁଧ ହାର କମ କରିବା ଘୋଷଣା କରିବା ସହିତ ଏହାକୁ ସିକ୍ୟୁରିଟି ବଣ୍ଡ ସହିତ ସଂଯୋଗ କରାଯିବ।