ହୋସଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହ ମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ହୋସଲା-୨୦୧୯ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ ୩୦ଟି ପଦକ ଜିତି ଜାତୀୟ ଚମ୍ପିଆନ୍ ହୋଇଛନ୍ତି । ଗତ ଡିସେମ୍ବରରେ ନୂଆଦିଲ୍ଲୀଠାରେ ହୋସଲା-୨୦୧୯ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଜିତିଛନ୍ତି ।

ଜାତୀୟସ୍ତରରେ ଓଡ଼ିଶାର ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।