ସମ୍ମାନ ପାଇଁ ହତ୍ୟା: ଜ୍ୱାଇଁଙ୍କୁ ହତ୍ୟା କରି ଅନ୍ତସତ୍ୱା ଥିବା ଝିଅ ମୁଣ୍ଡରୁ ସିନ୍ଦୁର ପୋଛିଲା ବାପା

ନୂଆଦିଲ୍ଲୀ : ନିଜର ଅହମିକା ଆଉ ମିଛ ସମ୍ମାନ ପାଇଁ ମଣିଷ କେତେ ତଳସ୍ତରକୁ ଖସି ପାରେ ତାହା କେହି କେବେ ଭାବି ପାରିବନି । ଏମିତିକି ବାପା ନିଜ ଝିଅ ମୁଣ୍ଡରୁ ବି ସିନ୍ଦୁର ପୋଛି ପାରେ । ଭେଳି ଏକ ଘଟଣା େବେ ସାମ୍ମାନା କୁ ଆସିଛି । ନିଜ ସମ୍ମାନ ପାଇଁ ବାପା ତାର ଜ୍ୱାଇଁଙ୍କୁ ହତ୍ୟା କାଇ ଝିଅକୁ ବିଧବା କରାଇଛି ।

ନିଚ ଜାତିରେ ବିଭାହ କରିଥିଲା ଝିଅ । ବାହାଘରର କିଛି ଦିନ ବିତିଥିଲା । ହେଲେ ଏହାକୁ ଗ୍ରହଣ କରିପାରି ନଥିଲେ ଝିଅର ବାପା ଓ ତାଙ୍କ ପରିବାର ଲୋକେ । ତେଣୁ ନିଜ ଜ୍ୱାଇଁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ଝିଅ ଗର୍ଭତୀ ଥିବା ଜାଣି ବି ଜ୍ୱାଇଁଙ୍କୁ ହତ୍ୟା କରିବାକୁ ବଡ ଗ୍ୟାଙ୍ଗକୁ କୋଟିଏ ଟଙ୍କା ସୁପାରି ଦେଇଥିଲେ । ଆଉ ସୁପାରି ପାଇ ଜ୍ୱାଇଁଙ୍କୁ ହତ୍ୟା କରିଥିଲେ ୭ ଅଭିଯୁକ୍ତ । ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି ପୋଲିସ ତଦନ୍ତ କରି ୭ ୍ଭିଯୁକ୍ତଙ୍କୁ ଗିରଫ କରିବା ପରେ ବାପାର ଅସଲ ଚେହାରା ପଦାକୁ ଆସିଛି ।

ତେଲେଙ୍ଗାନାରେ ଜଣେ ୨୩ ବର୍ଷୀୟ ଇଞ୍ଜିନିୟରଙ୍କୁ ତାଙ୍କ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଘରର ସମ୍ମାନ ରକ୍ଷା କରିବା ଆଳରେ ଶ୍ୱଶୁର ହିଁ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ଜଣାଯାଇଛି। ଏହି ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।
ଦଳିତ ଖ୍ରୀଷ୍ଟିଆନ୍‌ ଇଞ୍ଜିନିୟର ପ୍ରଣୟ କୁମାର ଜଣେ ଧନୀ ଏବଂ ଉଚ୍ଚ ଜାତି ଘରର ଝିଅକୁ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଶ୍ୱଶୁରଙ୍କ ନିର୍ଦ୍ଦେଶରେ ହିଁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରଣୟଙ୍କୁ ମାରିବା ପାଇଁ ଶ୍ୱଶୁର କିଛି ହତ୍ୟାକାରୀଙ୍କୁ ସୁପାରି ଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ହତ୍ୟାକାରୀ ଗ୍ୟାଙ୍ଗ୍‌ର ଆଇଏସ୍‌ଆଇ ସହ ସମ୍ପୃକ୍ତି ଥିଲା। ଏମାନଙ୍କୁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିଲା ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ସମୁଦାୟ ୭ ଜଣଙ୍କୁ ଆଜି ପୁଲିସ୍‌ ବିହାରରୁ ଗିରଫ କରିଛି। ଘଟଣାର ଅଧିକ ଖୋଳତାଡ଼ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ପ୍ରଣୟ ତାଙ୍କ ଗର୍ଭବତୀ ପତ୍ନୀ ଅମୃତାବର୍ଷିନୀ ରାଓଙ୍କର ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଗତ ଶୁକ୍ରବାର ଦିନ ତାଙ୍କୁ ନାଲ୍‌ଗୋଣ୍ଡା ହସ୍ପିଟାଲ୍‌ ନେଇ ଯାଇଥିଲେ। ତେବେ ହସ୍ପିଟାଲ୍‌ରୁ ଫେରିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏକାଧିକ ଥର ତାଙ୍କୁ ଆଘାତ କରିଥିଲା। ଶେଷରେ ପ୍ରଣୟ ତଳେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଣୟ ଏବଂ ଅମୃତା ଗତ ଜାନୁଆରି ମାସରେ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କୁ ଏମିତି ଭାବେ ହତ୍ୟା କରାଯିବ ବୋଲି ସେ କେବେ ଆଶା କରିନଥିଲେ ବୋଲି ଅମୃତା କହିଛନ୍ତି। ଅମୃତା ଏବେ ପୁଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କର ବହୁ ରାଜନେତାଙ୍କ ସହ ସମ୍ପୃକ୍ତି ରହିଛି। ବାପାଙ୍କ ସମ୍ପତ୍ତି ଯାଞ୍ଚ କରିବା ପାଇଁ ମଧ୍ୟ ସେ ପୁଲିସରେ ଅଭିଯୋଗ କରିଛନ୍ତି।