ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ , ୫ ଆହତ

ରାୟଗଡ଼ା :  ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାରୁବାଇ ଗାଁର ଆଶ୍ରମ ବିଦ୍ୟାଳୟରେ ଅଘଟଣ । ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ , ୫ ଆହତ ।  ଡାକ୍ତରଖାନା ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମୀରାବାଲି ଗାଁର ଦେବାଶିଷ ତୋଇକା । ସେ ଦ୍ବିତୀୟ  ଶ୍ରେଣୀର ଛାତ୍ର । ଅନ୍ୟ ୫ ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସ୍କୁଲରେ ଗଣେଶ ପୂଜା ପାଇଁ ଆମ୍ବଡାଳ ଆଣିବାକୁ ଯାଇଥିବାବେଳେ ମହୁମାଛି ଆକ୍ରମଣ କରିଥିଲା । ଏତେ ବଡ ଘଟଣା  ଘଟିଥିଲେ ବି ବିଦ୍ୟାଳୟର କେହି ଶିକ୍ଷକ କି ଶିକ୍ଷୟିତ୍ରୀ ମେଡିକାଲକୁ ଆସିନଥିବା ଜଣାପଡିଛି । ଗାଁର ଆଶାକର୍ମୀ ସମସ୍ତ ପିଲାଙ୍କୁ ମେଡିକାଲ ଆଣିଛନ୍ତି