ଆଜି ଆସାମ ଯିବେ ଶାହା

ଗୁଆହାଟୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଉଛନ୍ତି । ୩୧ ଅଗଷ୍ଟରେ ଜାରି ହୋଇଥିବା ଏନଆରସି ରିପୋର୍ଟ ପରେ ଅମିତଙ୍କର ଏହା ପ୍ରଥମ ଆସାମ ଗସ୍ତ । ଏହାସହ ଅମିତ ଗୃହମନ୍ତ୍ରୀ ହେବା ପରେ ଉତର ପୂର୍ବ ପ୍ରାନ୍ତକୁ ମଧ୍ୟ ପ୍ରଥମ ଗସ୍ତ କରିବେ ।

ଆସାମର ଏନଆରସିରେ ଯେଉଁମାନଙ୍କ ନାମ ଆସିନାହିଁ ସେମାନଙ୍କୁ ନେନ ସସପେନ୍ସ ଲାଗି ରହିଛି । ଏନଆରସିରେ ପ୍ରାୟ ୧୯ ଲକ୍ଷ ଲୋକଙ୍କ ନାମ ନାହିଁ । ସେ ଆସନ୍ତାକାଲି ଗୁଆହାଟୀରେ ନର୍ଥ ଇଷ୍ଟ କାଉନସିଲ ବୈଠକରେ ଭାଗ ନେବେ । ଏଠାରେ ସେ ୮ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।

ଏନଆରସି ତାଲିକା ଆସିବା ପରେ ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱା ସରମା ଓ ରାଜ୍ୟ ବିଜେପି ମୁଖ୍ୟ ରଞ୍ଜିତ କୁମାର ଦାସ ନିଜ ନିଜର ଅସନ୍ତୋଷ ଜାହିର କରିଥିଲେ । ଏଥିରେ ପ୍ରକୃତ ଭାରତୀୟଙ୍କୁ ସାମିଲ କରାଯାଇ ନଥିବା ସେ କହିଥିଲେ । ଏହା ପୂର୍ବରୁ ଶାହା ୩ ଓ ୪ ଅଗଷ୍ଟରେ ଏନଇସି ବୈଠକରେ ଭାଗ ନେବାର ଥିଲା କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।