ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା । ଅଳ୍ପ ସମୟ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି। ତାଙ୍କୁ କୋରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ୧୮ ବିଳମ୍ବିତ ରାତିରେ ଅମିତ ଶାହଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଗୁଲେରିଆଙ୍କ ନେତୃତ୍ଵାଧୀନ ଟିମ ତାଙ୍କର ନିରୀକ୍ଷଣ କରୁଥିଲା । ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ମେଦାନ୍ତା ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ଏବଂ ଗତ ୧୪ ତାରିଖରେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଏହାପରେ ଅଗଷ୍ଟ ୧୮ ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ୱର ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା । ସେଠାରେ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ଏକ ଡାକ୍ତରୀ ଚିମ୍ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ ।