କୋରୋନା ପାଇଁ ହେବ ହୋମ୍ ଡେଲିଭରି; କଟକରେ ହେଲା ଆରମ୍ଭ

କଟକ: କୋରୋନା ମୁକାବିଲା ପାଇଁ ଏଥର ହେବ ହୋମ୍ ଡେଲିଭରି । ତେବେ କଟକ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନର ସହଯୋଗରେ ସିଏମସି ଅଂଚଳରେ ଜନଗହଳିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତମାନ ପରିସ୍ଥିତିରେ ଘରର ଆବଶ୍ୟକୀୟ ସାମଗ୍ରୀକୁ ହୋମ୍ ଡେଲିଭରି କରିବାର ନିଷ୍ପତି ନିଆଯାଇଛି ।

କଟକରେ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍ ଏବଂ ମେଟ୍ରୋ ସୁପର୍ ମାର୍କେଟକୁ ଏଥିରେ ସାମିଲ କରାଯାଇଛି ବୋଲି ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସେ ସବୁ ସ୍ଥାନମାନଙ୍କର ଠିକଣା, ଯୋଗାଯୋଗ ନଂ ଗୁଡ଼ିକ ମଧ୍ୟ ପ୍ରଦାନ କରିଛନ୍ତି।

ତାହା ହେଲା ବିଗ୍ ବଜାରର ମୋବାଇଲ୍ ନଂ-୭୦୬୪୪୫୪୪୮୪, ରିଲାଏନ୍ସ ଫ୍ରେସ୍ ,ସିଡିଏ ସେକ୍ଟର-୬ ମୋବାଇଲ୍ ନଂ-୭୮୯୪୪୧୭୨୮୪ ସିଡିଏ ସେକ୍ଟର-୯ ମୋବାଇଲ୍ ନଂ-୭୬୮୨୮୨୨୦୨୮, ଦୋଳମୁଣ୍ଡାଇ-ମୋବାଇଲ୍ ନଂ-୭୦୦୮୧୬୭୦୦୭, ନୂଆବଜାର- ୭୮୯୪୪୫୫୭୬୭, କନିକା ଛକ-୭୮୯୪୪୧୭୨୮୩,କ୍ୟାଂଟନମେଂଟ ରୋଡ -୯୭୭୭୦୪୯୧୯୦, ମହାନଦୀ ବିହାର- ୭୦୦୮୯୮୬୩୨୬, ବକ୍ସି ବଜାର- ୮୯୧୭୪୦୦୧୦୭, ମେଟ୍ରୋ ସୁପର୍ ମାର୍କେଟ (ସତୀଚଉରା ଓ ସିଡିଏ ସେକ୍ଟର-୯) ଫୋନ୍ ନଂ ୬୩୭୧୨୧୨୧୫୨।