ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର: ଆଜିର ରଙ୍ଗର ପର୍ବ ହୋଲି । ଏହି ପର୍ବକୁ ନେଇ ଯୁବପିଢ଼ି ବେଶ୍ ଉତ୍ସାହିତ ଅଛନ୍ତି । ଆଜି ଅପରାହ୍ନ ଯାଏଁ ହୋଲି ଖେଳ ଜାରି ରହିବ। କିନ୍ତୁ ହୋଲି ଖେଳ ସମୟରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପାଇଁ ସମସ୍ତେ ସତର୍କ ରହିବାର ଆବଶ୍ୟକତା ଅଛି।

ଅନ୍ୟପଟରେ ହୋଲି ଉପରେ ଚଳିତ ବର୍ଷ କୋରୋନା ଭାଇରସ ପ୍ରଭାବ ପକାଇଛି। ରଙ୍ଗ ବଜାର ଫିକା ପଡ଼ିଯାଇଛି। ସମ୍ଭାବିତ  କୋରୋନାକୁ ନେଇ ସମଗ୍ର ଦେଶ ସହିତ ଓଡ଼ିଶା ସରକାର ସତର୍କ ସୂଚନା ମୂଳକ ପରାମର୍ଶ ଜାରି କରିଛନ୍ତି। ହୋଲି ଖେଳିବା ସମୟରେ ଅନ୍ୟକୁ ଆଲିଙ୍ଗନ ନ କରି ଅଭିବାଦନ କଲେ ଭଲ।