ଦେଖନ୍ତୁ ହକି ୱାର୍ଲଡ କପର ଟିଜର ଭିଡିଓ : ଆଧୁନିକ ଏବଂ ପାରମ୍ପରିକ ଶୈଳୀ ସାଙ୍ଗକୁ ଶାହାରୁଖ ଓ ରେମାନଙ୍କ ଯାଦୁ

ଭୁବନେଶ୍ବର :  ଆସିଲା ହକି ୱାର୍ଲଡ କପର  ଟିଜର।   ହକି ବିଶ୍ବକପ ପାଇଁ ଏହା ମ୍ୟୁଜିକ ମ୍ୟାଷ୍ଟ୍ରୋ ଏ ଆର ରେହମ୍ମନଙ୍କ ସବୁଠାରୁ ବଡ଼ ଟ୍ରିବ୍ଯୁଟ ବୋଲି କୁହାଯାଉଛି। ନିଜେ ଏ ଆର ରେହମ୍ମନ ଏହି ଟିଜରକୁ ଟ୍ବିଟ କରିଛି।  ପୂର୍ବରୁ ହକି ବିଶ୍ବକପ ପାଇଁ ଏକ ଓଡ଼ିଆ ଗୀତ ରିଲିଜ ହୋଇଥିବା ବେଳେ ଏହା ହେଉଛି ଅଫିସିଆଲ ଟିଜର। ଏଥିରେ ଏ ଆର ରେହମ୍ମନଙ୍କୁ ଗୀତ ବୋଲିବାକୁ ଦେଖିବାକୁ ମିଳିଛି। ଆଧୁନିକତା ଏବଂ ପାରମ୍ପରିକ ଶୈଳୀ ଏଥିରେ ଦେଖିବାକୁ ମିଳିଛି।  ଜୟ ହିନ୍ଦ ହିନ୍ଦ ଜୟ ଇଣ୍ଡିଆ ଏହି ଗୀତରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିଛି। ଏହି ଗୀତରେ ଅନ୍ୟ ଜଣାଶୁଣା ବ୍ୟକ୍ତିଙ୍କ ମଧ୍ୟରେ ଶିବମଣି, ନୟନତାରା, ନିତି ମୋହନ , ଶଶୀ  ତିରୁପତି, ଶ୍ବେତା ପଣ୍ଡିତଙ୍କ ଯୋଗଦାନ ରହିଛି। ଟିଜର ରିଲିଜ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରି ଟ୍ବିଟ କରିଛନ୍ତି ।