ହକିକୁ ସରକାରୀ ବିଜ୍ଞପ୍ତିରେ ଜାତୀୟ କ୍ରୀଡା ମାନ୍ୟତା ପ୍ରସଙ୍ଗ : ନବୀନଙ୍କ ଚିଠିକୁ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଖାରଜ

ଭୁବନେଶ୍ବର : ହକିକୁ ସରକାରୀ ବିଜ୍ଞପ୍ତିରେ ଜାତୀୟ କ୍ରୀଡା ମାନ୍ୟତା ଦେବାକୁ ମୋଦିଙ୍କୁ ନବୀନଙ୍କ ଚିଠିକୁ ନେଇ ରାଜନୀତି ଜୋର । ଗତକାଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ହକି କୁ ଜାତ୍ରୀୟ କ୍ରୀଡା ମାନ୍ୟତା ପାଇଁ ସରକାରୀ ବିଜ୍ଞପ୍ରି ପ୍ରକାଶ ପାଉ । ଆଜି ନବୀନଙ୍କ ଚିଠିକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ଖାରଜ କରିଦେଇଛନ୍ତି । ହକିକୁ ଭଲ ପାଉଥିବା କ୍ରୀଡା ପ୍ରେମୀଙ୍କ ପାଇଁ ସରକାରୀ ବଜ୍ଞପ୍ତି ଦରକାର ନାହିଁ ବୋଲି ରାଠୋର ରୋକଠୋକ୍ କହିଛନ୍ତି । ଯାହାକୁନେଇ ରାଜ୍ୟ ରାଜନୀତି ଖେଳ ଜୋର ଦାର ହୋଇଛି ।

ତେଜିଲା ହକିକୁ ନେଇ ଜାତୀୟ କ୍ରୀଡା ମାନ୍ୟତା ପ୍ରସଙ୍ଗ ରାଜନୀତି । କାଲି ମୋଦିଙ୍କୁ ନବୀନ ଦେଇଥିବା ଚିଠିର ଜବାବ ଦେଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର । କହିଲେ କ୍ରୀଡା ପ୍ରେମୀଙ୍କ ପାଇଁ ହକି ଜାତୀୟ କ୍ରୀଡା ବୋଲି ଲିଖିତ ରେକର୍ଡ ଦରକାର ନାହିଁ । ୨୦୧୨ ରେ ଜଣେ ସୂଚନା ଅଧିକାର କର୍ମିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ର କ୍ରିଡା ମନ୍ତ୍ରଣାଳୟ ସେତେବେଳେ କହିଥିଲା ହକି ଜାତୀୟ କ୍ରିଡା ବୋଲି କେଉଁଠି ଲେଖାଯାଇନି । ଏହାକୁନେଇ ସେତେବେଳେ ବେଶ୍ ତମ୍ବିତୋଫାନ ବି ଉଠିଥିଲା । ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲିପ ତୀର୍କି ମଧ୍ୟ ରାଜ୍ୟସଭାରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଏନେଇ ଦୃଷ୍ଟି ଆକରର୍ଷଣ କରିଥିଲେ । ଏବେ ତାର ୬ ବର୍ଷପରେ ସମାନ ପ୍ରସଙ୍ଗରେ ମୋଦିଙ୍କୁ ଚିଠି ଦେବା ପଛର ରହସ୍ୟ କଣ ତାକୁନେଇ ଆରମ୍ଭ ହୋଇଛି ରାଜନୀତି । କଣ ନବୀନ ଏହାକୁ ନେଇ ଜାତୀୟ ରାଜନୀତିରେ ନିଜକୁ ଚର୍ଚାରେ ରଖିବାକୁ ଚାହୁଁଛନ୍ତି କି । ନା ଓଡିଶା ହକି ଟିମ୍ ପାଇଁ ୫ ବର୍ଷିଆ  ସ୍ପୋନସର ହୋଇଥିବାରୁ ନବୀନ ଏଥିପାଇଁ ବାଃ ବାଃ ସାଉଁଣ୍ଟିବାକୁ ଚାହୁଛନ୍ତି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପ୍ରସଙ୍ଗ ପରେ ଏବେ ହକି ପ୍ରସଙ୍ଗକୁ ନେଇ ଏଭଳି ଆକ୍ଷେପ କରିଛନ୍ତି ବିରୋଧି ।

ହକି ଆମ ଜାତୀୟ କ୍ରିଡା ଏହା ସ୍ବାଧିନତା ପୂର୍ବରୁ ବି ସମସ୍ତେ କହି ଆସୁଛନ୍ତି । ବହିରେ ବି ସାରା ଦେଶରେ ଏକଥା ପଢାଯାଉଛି । କିନ୍ତୁ ଏହା ଜାତୀୟ କ୍ରିଡା ବୋଲି କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ହେଲେ ଏନେଇ ବି ସେଭଳି ପ୍ରଶ୍ନ କିଏ କେବେ ଉଠାଇନାହିଁ ଯେ ହକି କାହିଁକି ଜାତୀୟ କ୍ରିଡା ହେଲା ବୋଲି । ଯେମିତି ଜାତିର ପିତା ମହାତ୍ମା ଗାନ୍ଧି ବୋଲି ଦେଶର ଅଭିଲେଖାଗାରରେ କୌଣସି ରେକର୍ଡ ନାହିଁ । କିନ୍ତୁ ଏହାକୁ କେହି ଅସ୍ବୀକାର ବି କରୁନାହାଁନ୍ତି । ତେବେ ବିଜେଡିର ଯୁକ୍ତି ଏହା ଜାତୀୟ ଖେଳ ବୋଲି ସମସ୍ତେ ମାନିଲେ ବି ଏହା ରେକର୍ଡଭୁକ୍ତ ହେବା ଦରକାର । ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି । ଖୋଦ୍ ନବୀନ ବି ତାକୁ ଦୋହରାଉଛନ୍ତି ।

ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ, ହକି ଭାରତକୁ ଅନେକଥର ବିଶ୍ବ ଦରବାରରେ ଗୌରବାନ୍ବିତ କରିଛି । ଏହାସହ ଓଡିଶା, ଛତିଶଗଡ ଓ ଝାଡଖଣ୍ଡର ଅନେକ ଆଦିବାସୀ ଖେଳାଳିଙ୍କ ହକି ଏକ ଅଙ୍ଗ ହେବାସହ ସେମାନେ ନିଜର ପାରଦର୍ଶିତା ଦେଖାଇଛନ୍ତି । କିନ୍ତୁ ଜାତୀୟ ସ୍ତରରେ ହକି ତାର ଗୁରୁତ୍ବ ପାଉନି। ନବୀନ ଏହାକୁ ଏହି ପ୍ରସଙ୍ଗ ଉଠାଇବା ପରେ ରାଜନୀତି ବି ଉଠୁଛି ପଡୁଛି।