୧୬  କ୍ୟାପଟେନଙ୍କ ସହ ନବୀନଙ୍କ ଫଟୋସେସନ, ସଫଳ  ଆୟୋଜନ ପାଇଁ  ଭଗବାନଙ୍କ ଭରସାରେ ମନ୍ତ୍ରୀ

ଭୁବନେଶ୍ବର : ୧୬ କ୍ୟାପଟେନଙ୍କ ସହଙ୍କ  ନବୀନ ଫଟୋସେସନ । ପୁରା ଓଡିଆ ଷ୍ଟାଇଲ ରେ ମନ୍ଦିର ମାଳିନୀ ଭୁବନେଶ୍ବର ରେ , କ୍ୟାପଟେନମାନଙ୍କୁ ସ୍ବାଗତ କରିଛନ୍ତି ନବୀନ । ଏଥିପାଇଁ  ମୁକ୍ତେଶ୍ବର ମନ୍ଦିର ରେ ଆୟେ।ଜିତ  ଏକ ସ୍ବତନ୍ତ୍ର କାଯ୍ୟକ୍ରମ ରେ କ୍ୟାପଟେନ ମାନଙ୍କୁ ଓଡିଆ ସଂସ୍ଖତି  ର ଝଲକ ଦେଖେଇଛି ଆୟୋଜକ ଓଡିଶା ।ସେପଟେ ବିଶ୍ବକପ ଆୟେ।ଜନ ରେ ଯେଭଳି ତ୍ରୁଟି ନ ରୁହେ ସେଥପାଇଁ ଭଗବାନ ଭରସା ରେ ଅଛନ୍ତି କ୍ରୀଡା ମନ୍ତ୍ରୀ ।

୧୬ ହକି କ୍ୟାପଟେନଙ୍କ ସହିତ କ୍ୟାପଟେନ ନବୀନ। ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ କଲେ ଫଟୋ ସେସନ। ଓଡ଼ିଆ ଆନ୍ଦାଜରେ କଲେ ସ୍ବାଗତ। ମନ୍ଦିର ମାଳିନୀ ଭୁବନେଶ୍ବରର ଝଲକ ଦେବାକୁ ଯାଇ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଟିମର କ୍ୟାପଟେନଙ୍କ ସହ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ରେ ଫଟୋ ସେସନ ଯୋଗ ଦେଇଛନ୍ତି ।  ଖେଳାଳିମାନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ୧୬ ଟି ଦେଶର ପତାକା ତଳେ କ୍ୟାପଟେନମାନେ ଠିଆ ହୋଇ ଏଭଳି କନଫିଡେନସ ଦେଖାଇଛନ୍ତି। ଏହାପରେ ଜଣଙ୍କ ପରେ ଜଣେ କ୍ୟାପଟେନଙ୍କ ସହ ହ୍ୟାଣ୍ଡସେକ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ।

ପ୍ରଥମ କରି ଏତେ ବିଶାଳ ଆୟୋଜନ କରୁଛି ଓଡିଶା ।  କାଳେ କୌଣସି ସ୍ଥାନରେ ତ୍ରୁଟି ରହିଯିବ, ବିବାଦ ଉପୁଯିବ ସେ ଭୟ ବି ମନରେ ରହିଛି। ତେବେ କ୍ରୀଡ଼ାମନ୍ତ୍ରୀ ଏଥିପାଇଁ ଭଗବାନଙ୍କ ଶରଣରେ ଯାଇଛନ୍ତି। ଆଜି ବଡ଼ି ସକାଳୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ମନ୍ତ୍ରୀ ନିଜେ ଉପସ୍ଥିତ ରହି ହୋମ ଯଜ୍ଞ କରିଛନ୍ତି ।  ହକି ବିଶ୍ବକପ କେମିତି ଶୃଙ୍ଖଳାରେ ଶେଷ ହେବ ସେଥିପାଇଁ ଭଗବାନ ଙ୍କୁ ଦଣ୍ଡବତ ମାରି ମନାସିଛନ୍ତି କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ।

ହକି ବିଶ୍ବକପର ଉଦଘାଟନୀ ଉତ୍ସବକୁ ଷ୍ଟାର ଷ୍ଟଡେଡ କରିବାକୁ ପୁରା ପ୍ରୟାସ ହୋଇଛି । ବଲିଉଡ ଡିଭା ମାଧୁରୀ ଦିକ୍ଷିତ ପହଞ୍ଚି ସାରିଛନ୍ତି । ଡ୍ୟାନ୍‌ସ ପରଫର୍ମ କରିବେ ମାଧୁରୀ।  ସେହିପରି ସୁପର ଷ୍ଠାର ଶାହାରୁଖ ଖାନ ଉଦଘାଟନୀ ସଂଧ୍ୟାରେ ଯୋଗ ଦେବେ। ଏ ଆର୍ ରେହେମାନଙ୍କ ସ୍ବରର ଯାଦୁ ରେ ପୁରା ମତୁଆଲା ହେବା ପାଇଁ ଦର୍ଶକ ଅପେକ୍ଷାରେ ରହିଛନ୍ତି । ସେପଟେ  କଟକ ଉଦ୍‌ଘାଟନୀ ଉତ୍ସବରେ ସଲମନ ଖାନ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି।