ନ୍ୟୁଜ ଓ୍ବାଲର୍ଡ ଓଡିଶା ଅଫିସରେ ହକି ଫିବର,ଟିମକୁ ଚିଅରଅପ କଲେ କର୍ମକର୍ତ୍ତା

ଭୁବନେଶ୍ବର : ଆଉ ଦୁଇ ଦିନ ପରେ ହକି ଓ୍ବାଲର୍ଡ କପ୍ । ଏଥିପାଇଁ ସାରା ବିଶ୍ବରେ ନଜର ଏବେ ଓଡିଶା ଉପରେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୭ରୁ ଆରମ୍ଭ ହେବ ଓ୍ବାଲର୍ଡ କପ ହକି ମ୍ୟାଚ । ଏଥିପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ଏବେ ହକି ମାନିଆ । କ୍ରୀଡାପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଘାରିଲାଣି ହକି ଜର ।  ନ୍ୟୁଜ ଓ୍ବାଲର୍ଡ ଓଡିଶା ଅଫିସରେ ଆଜି ହକି ଫିବର ଦେଖଇବାକୁ ମିଳିଥିଲା । ହକିମାନିଆରେ ମାତିଥିଲେ ଚ୍ୟାନେଲର କାର୍ଯ୍ୟକର୍ତ୍ତା । ଓ୍ବାଲର୍ଡ କପ କହି ମ୍ୟାଚ ପ୍ରତି  କିପରି ଲୋକହଅକ ଆଗ୍ରହ ବଢିବ ,ଖେଳାଳି ମାନଙ୍କୁ ଚିଅରପ କରାଯିବ ସେନେଇ ପ୍ରୟାସ କରିଥିଲା ନ୍ୟୁଜ ଓ୍ବାଲର୍ଡ ଓଡିଶା ।

ଦେହରେ ହକି ଜର୍ସି ପିନ୍ଧିବା ସହ ହାତରେ ହକି ଷ୍ଟିକ ଧରି ନ୍ୟୁଜ ଓ୍ବାଲର୍ଡ ଓଡିଶା ଟିମ ହକିମାନିଆରେ ମାତିଥିଲେ । ପୁରା ଅଧଘଣ୍ଟା ଯାଏ ହକି ମନସ୍କ ହୋଇପଡିଥିଲେ ନ୍ୟୁଜ ଓ୍ବାଲର୍ଡ ଓଡିଶା ଟିମ । ବିଶ୍ବ କପ ହକି ଲାଗି ସାରା ବିଶ୍ବରୁ ଓଡିଶା ଆସିଥିବା ହକି ଟିମକୁ ନ୍ୟୁଜ ଓ୍ବାଲର୍ଡ ଓଡିଶା ନ୍ୟୁଜରୁମରୁ ସ୍ବାଗତ ଜଣାଇଥିଲେ ଚ୍ୟାନେଲର ମୁଖ୍ୟ ସଂପାଦକ ଭକ୍ତ ତ୍ରୀପାଠୀ,ମୁଖ୍ୟ ସଂଯୋଜକ ଭୂଦିପ ମହାନ୍ତି, ଇନପୁଟ ଏଡିଟର ଗଙ୍ଗାଧର ପଣ୍ଡା, ପାର୍ଥ ସାରଥୀ ରାଉତ, ଅବିନାଶ ମହାପାତ୍ର, ଚିନ୍ମୟ ମହାପାତ୍ର ପ୍ରମ୍ମୁଖ ପୁରା ଟିମ ହକି ବିଶ୍ବକପ ଲାଗି ସମସ୍ତଙ୍କୁ ଚିଅରପ କରିବା କରିବା ସହ ସବୁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।