ସମ୍ବଲପୁର : ସାଙ୍କେତିକ ଭାବେ ଖୋଲାଯାଇଥିବା ହୀରାକୁଦ ଡ୍ୟାମର ୭ ନମ୍ବର ଗେଟ ବନ୍ଦ କରି ଦିଆଯାଇଛି। ତଳମୁଣ୍ଡରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧିପାଇବା ଫଳରେ ସାଙ୍କେତିକ ଭାବେ ବୁଧବାର ସକାଳ ୧୧.୨୪ ରେ ୭ ନମ୍ବର ଗେଟ ଖୋଲାଯାଇଥିଲା। ତଳସ୍ତରର ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେବାରୁ ଅପରାହ୍ନ ୨ ଟାରେ ୭ ନମ୍ବର ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ବୁଧବାର ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୧୨ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧,୮୩,୦୯୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୫,୭୮୪ କ୍ୟୁସେକ ଜଳ ନିଷ୍କାସିିତ ହେଉଛି।
Next Post