ବନ୍ଦ ହେଲା ହୀରାକୁଦର ୩ଟି ଗେଟ୍

ସମ୍ବଲପୁର:ଆଉ ସେତେ ପରିମାଣରେ ବର୍ଷା ନାହିଁ । ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ ୬ଟା ସୁଧା ହୀରାପୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୦୪ ଫୁଟ ରହିଛି । ତେବେ ସେକେଣ୍ଡ ପିଛା ୧,୦୦,୫୦୯ କ୍ୟୁସେକ ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସେହିପରି ୧,୩୩,୬୪୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ୩ଟି ଗେଟକୁ ବନ୍ଦ କରାଯାଇଛି । ବର୍ତମାନ ମୋଟ୍ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ହୀରାକୁଦର ଜଳସ୍ତର ୬୨୩.୪୩ ଫୁଟ ରହିଥିଲା । ଏହାସହ ୧୦ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା ।