ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୬ଟି ଗେଟ୍

ସମ୍ବଲପୁର:ଆଜି ହୀରାକୁଦ ଡ୍ୟାମର ୬ଟି ଗେଟ୍ ବନ୍ଦ ହୋଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ଏବେ ୬ଟି ଗେଟ୍ ବନ୍ଦ ହେବା ପରେ ଏବେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଏହାର ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ଦିନ ସାଢେ ୧୦ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୨୯ ଫୁଟ ରହିଥିଲା। ତେବେ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ପୂର୍ବରୁ ହୀରାକୁଦରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ବୃଦ୍ଧି ହେଉଥିଲା କିନ୍ତୁ ଏବେ ଜଳଭଣ୍ଡାର ମଧ୍ୟକୁ କମ୍ ଜଳ ପ୍ରବେଶ କରୁଥିବା କାରଣରୁ ୬ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଆଉ ବାକି ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।