ହୀରାକୁଦ ଛାଡିଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର :ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପ୍ରଥମେ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ  ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ନେଇ ଏହା ସହ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ ଜଳଭଣ୍ଡାର ଗେଟ ଖୋଲାଯିବା ପରେ ମହାନଦୀ ଭିତରକୁ ସ୍ଥାନୀୟ ଲୋକଙ୍କ ବାରଣ କରିବା ସହ ଗୃହପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଉଛି ।

କିଛି ଦିନ ହେବ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ବିପଦ ସୃଷ୍ଟି କରୁଥିଲା । ତେଣୁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢି ଥିବାରୁ ଆଜି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଆଜି ହୀରାକୁଦ ଡ୍ୟାମର ୭ ନମ୍ବର ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

ହୀରାକୁଦ ଜଳଭଣ୍ଡାରରେ ଗେଟ ଖୋଲାଯିବା ନେଇ ସମ୍ବଲପୁର, ବୁର୍ଲା, ହୀରାକୁଦ ଏବଂ ଆଖପାଖ ତଳିଆ ଅଂଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସତର୍କ କରାଇବା ପାଇଁ ପ୍ରଚାର କରାଯାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ଆଜି ୬୧୮.୪୭ ଫୁଟ ରହିଥିଲା । ଡ୍ୟାମକୁ ଏକ ସେକେଣ୍ଡରେ୧ଲକ୍ଷ ୪୭୬୪ କୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୮ହଜାର ୨୪୭ । କ୍ୟୁସେକ  ଜଳ ନିଷ୍କାସନ ହେଉଛି ।