୧୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର : ୧୨ ଜିଲ୍ଲାକୁ ସତର୍କ ସୂଚନା

ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ

ସମ୍ବଲପୁର  : ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ୧୮ ତାରିଖରେ ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ଆଜି ନିର୍ଦ୍ଦେଶନାମା ଜଳଭଣ୍ଡାର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି ।

ସୂଚନା ମୁତାବିକ, ଶୁକ୍ରବର ଏବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌‌ ଅତିକ୍ରମ କରିଛି । ଶୁକ୍ରବାର ରାତି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍‌‌ ଜଳ ପ୍ରବେଶ କରିଛି । ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍‌‌ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ୍‌‌ ଯାଏ ପହଞ୍ଚିବାର ଆକଳନ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ । ଫଳରେ ସୋମବାର ୧୧ଟା ବେଳେ ମହାନଦୀକୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।

hirakud dam gate open for flood water discharge on 18th luly