ହୀରାକୁଦ ଗେଟ୍ ୧୧ ତାରିଖରେ ଖୋଲିବ, ଛାଡ଼ିବ ପ୍ରଥମ ବନ୍ୟାଜଳ

ଦିନ ୧୧ ଟା ସମୟରେ ପ୍ରଥମ ଥର ପାଇଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜନ ନିଷ୍କାସନ କରାଯିବ

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା, ହୀରାକୁଦରେ ଜଳସ୍ତର ବଢୁଛି । ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି, ତେଣୁ ତାହାକୁ ଅପସାରିତ କରିବା ନେଇ ନିଷ୍ପତ୍ତି ନେଇଛି ଜଳଭଣ୍ଡାର ଅଧିକାରୀ । ଆସନ୍ତା ୧୧ ତାରିଖ ଦିନ ୧୧ ଟା ସମୟରେ ପ୍ରଥମ ଥର ପାଇଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜନ ନିଷ୍କାସନ କରାଯିବ।
ସେପଟେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୧୧ ତାରିଖରୁ ଛଡ଼ାଯିବ । ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଉପରସ୍ତରରେ ବର୍ଷା ହେଉଥିବାରୁ ଜଳଭଣ୍ଡରାରରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ ଜଳ ନିଷ୍କାସନର ଆବଶ୍ୟକତା ରହିଥିବା କହିଛନ୍ତି ଅଧିକାରୀ ।

hirakud dam flood water discharge