ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର:ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଗ ଶୁଖିଲା ଥିଲେ ମଧ୍ୟ ଆଉ କିଛି ସ୍ଥାନରେ ବର୍ଷା କମିବାର ନା ନେଉ ନାହିଁ । ସେହିପରି ରାଜ୍ୟର ପଶ୍ଚିମାଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ହୀରାକୁଦର ଆଉ ତିନୋଟି ଗେଟ୍ ଖୋଲିଛି ।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ପ୍ରଥମେ କିଛି ଗେଟ ଖୋଲାଯାଇଥିଲା କିନ୍ତୁ ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ବର୍ତମାନ ୮ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସମ୍ବଲପୁର ସମେତ ମହାନଦୀର ବେସିନ ଅଂଚଳରେ ଅଧିକ ବର୍ଷା ହୋଇଥିଲା । ଫଳରେ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା ।