ହିଙ୍ଗୁଳା ପୀଠରେ ଅଘଟଣ

ଅନୁଗୁଳ: ତାଳଚେରର ମା’ ହିଙ୍ଗୁଳା ପୀଠରେ ଅଘଟଣ । ମା’ଙ୍କ ଅଗ୍ନିରୂପ ଲାଗିଥିବା ଚାନ୍ଦୁଆ ଛିଣ୍ଡିଲା । ସଂନ୍ଧ୍ୟାରେ ହଠାତ୍ ଝଡ ତୋଫାନ ଆସିବାରୁ ଚାନ୍ଦୁଆ ଛିଡି ପଡିଛି । ଝଡ଼ ତୋଫାନରେ ପ୍ରାୟ ଦୋକାନ ଏବଂ ଅସ୍ଥାୟୀ ଟେଂଟ ଭାଙ୍ଗି ଯାଇଛି । ପ୍ରାଣ ବିକଳରେ ମା’ ରକ୍ଷାକର ରକ୍ଷାକର ବୋଲି ଶ୍ରଦ୍ଧାଳୁ ଡାକିଥିଲେ । ହିଙ୍ଗୁଳା ମହୋତ୍ସବ ପ୍ରଥମ ଦିନ ବନ୍ଦ ରହିଛି । ଏପରି ଅଘଟଣ ବିପଦର ସୂଚନା ଦେଉଛି ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି । କାରଣ ମା’ଙ୍କ ମସ୍ତକରେ ଲାଗିଥିବା ଚାନ୍ଦୁଆ ଶୀତୁଳା ଯାତ୍ରା ଦିନ ଆପେ ଆପେ ପୋଡି ଯାଇଥାଏ । ତେଣୁ ଏଥର ବିପଦ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।