ହିଣ୍ଡାଲକୋକୁ ‘ସଷ୍ଟେନେବିଲିଟି ଲିଡରଶିପ୍’ଆୱାର୍ଡ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପକୁ ଆଉ ଏକ ବଡ ସଫଳତା । ଆଦିତ୍ୟ ର୍ବିଲା ଗ୍ରୁପର ହିଣ୍ଡାଲକୋକୁ ମିଳିଲା ସମ୍ମାନ ଜନକ ‘ଫ୍ରଷ୍ଟ ଆଣ୍ଡ ସୁଲିଭାନ ଓ ଟେରି ସଷ୍ଟେନେବିଲିଟି ୪.୦ ଆୱାର୍ଡ- ୨୦୧୯’ । ମୁମ୍ବାଇ ଠାରେ ଆୟୋଜିତ ଉତ୍ସବରେ ଶିଳ୍ପ କ୍ଷେତ୍ରରେ ସବୁଠୁ ସମ୍ମାନଜନକ ଲିଡରସିପ୍ ଆୱାର୍ଡ ଫର ସଷ୍ଟେନେବିଲିଟି ହାସଲ କରିଛି ହିଣ୍ଡାଲକୋ । ୟୁଏନ୍ ଏନଭାରନମେଣ୍ଟ ଇନ ଇଣ୍ଡିଆର କଣ୍ଟ୍ରି ମୁଖ୍ୟ ଅତୁଲ ବଗାଇଙ୍କ ଠାରୁ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏଭଳି ସମ୍ମାନ ହାସଲ କରାଯିବା କର୍ମ•ରୀମାନଙ୍କ ଉଦ୍ୟମ ଓ କର୍ତ୍ତୃପକ୍ଷଙ୍କ ସଷ୍ଟେନେବିଲିଟି (ନିରନ୍ତରତା) ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଛି ବୋଲି ହିଣ୍ଡାଲକୋର ପରି•ଳନା ନିର୍ଦ୍ଦେଶକ ସତୀଶ ପାଇ କହିଛନ୍ତି ।

ଏହି ଅବସରରେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବିଭୁ ମିଶ୍ର, ମୁଖ୍ୟ ଏମସିଓଇ (ମାନୁଫାକଚରିଂ ସେଣ୍ଟର ଅଫ ଏକ୍ସିଲେନ୍ସ), ହିଣ୍ଡାଲକୋ, ସନ୍ଦୀପ ଆର ପାଟିଲ, ହିଣ୍ଡାଲକୋ ବେଲଗାଭି, ସୁଦର୍ଶନ ଦତା-ପରିବେଶ ଓ ନିରାପତ୍ତା ବିଭାଗ, ହିଣ୍ଡାଲକୋ ଏଫଆରପି, ରାଘବେନ୍ଦ୍ର ରାଓ ଆସୋସିଏଟ ପାର୍ଟନର ଏବଂ ବରିଷ୍ଠ ଉପସଭାପତି, ଆଶିଷ ଶର୍ମା, ଲିଡ ସଷ୍ଟେନେବିଲିଟି-ହିଣ୍ଡାଲକୋ, କେ ଭେଙ୍କଟେଶ-ଏଭିପି ସଷ୍ଟେନେବିଲିଟି ଆଣ୍ଡ ଏନର୍ଭାରମେଣ୍ଟକେ କୁମାରଭେଲ-ୟୁନିଟ ମୁଖ୍ୟ, ହିଣ୍ଡାଲକୋ ବେଲଗାଭି, ରଞ୍ଜନ କୁମାର-ହିରାକୁଦ ଏଫଆରପି, ହିଣ୍ଡାଲକୋ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁରସ୍କାର ଏକ ସଂସ୍ଥାର ରଣନୀତି, ପ୍ରଶାସନ ଓ ଆର୍ଥିକ ପ୍ରଦର୍ଶନ ଏବଂ ଏହା କାମ କରୁଥିବା ଅଞ୍ଚଳରେ ସାମାଜିକ, ପରିବେଶ ଓ ଅର୍ଥନେତିକ ବିଷୟ ମଧ୍ୟରେ ରହିଥିବା ସମ୍ପର୍କର ଆବଶ୍ୟକତାର ଗୁରୁତ୍ୱକୁ ଦର୍ଶାଇଥାଏ । ଏହି କାର୍ଯ୍ୟକ୍ରମ ବ୍ୟବସାୟିକ ସଂସ୍ଥାକୁ ଅଧିକରୁ ଅଧିକ ଯୁକ୍ତିସଂଗତ ଏବଂ ନିରନ୍ତର ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁପ୍ରାଣିତ କରୁଛି ଯାହା ଅଂଶଧନକାରୀଙ୍କ ପାଇଁ ଦୀର୍ଘମିଆଦୀ ମୂଲ୍ୟକୁ ନିଶ୍ଚିତ କରିବ ବୋଲି କୁହାଯାଇଛି ।