ରୋମାନ୍ସ କରିବେ ହିନା-କୁଶାଲ

ମୁମ୍ବାଇ: ଖୁବଶୀଘ୍ର ଛୋଟ ପରଦାର ଫେମସ ଅଭିନେତ୍ରୀ ହିନା ଖାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫେମସ ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ଥ୍ରିଲର, ଆକ୍ସନ ଫିଲ୍ମ ‘ହ୍ୟାକ୍ଡ’ରେ ନଜର ଆସିବେ ହିନା । ଯାହାର ମୋଶନ ପୋଷ୍ଟର ନିକଟରେ ଜାରି ହୋଇଥିଲା । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ହିନା ଓ ଟେଲି ଅଭିନେତା କୁଶାଲ ଟଣ୍ଡନ ଜଲଦି ଓଟିଟି ପ୍ଲାଟଫର୍ମ ଜି ୫ର ଏକ ହରର ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲର ଖୁଲାସା ଏଯାବତ ହୋଇନାହିଁ ।

ଏହି ଅବସରରେ ହିନା କହିଛନ୍ତି ଯେ, ସେ ନିଜ କ୍ୟାରିୟର ଆରମ୍ଭରୁ ଏପରି ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି। ଏହା ଏକ ଶାନଦାର ପଟକଥା । ଏହି ଫିଲ୍ମ ଦ୍ବାରା ତାଙ୍କ ସ୍ବପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଏହି ହରର ଫିଲ୍ମର କାହାଣୀ ଖୁବ୍ ଭିନ୍ନ ଅନ୍ଦାଜରେ ଲେଖାଯାଇଛି । ଯାହାକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି ।

ସେହିପରି କୁଶାଲ ମଧ୍ୟ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଆଉ ଜି୫ ସହ କାମ କରିବାକୁ ସୁଯୋଗ ପାଇବା ତାଙ୍କ ପାଇଁ କୌଣସି ସ୍ବପ୍ନ ଠାରୁ କମ ନୁହେଁ । ପ୍ରକାଶ ଥାଉକି ହିନାଙ୍କ ମ୍ୟୁଜିକାଲ ଆଲବମ ନିକଟରେ ରିଲିଜ ହୋଇଥିଲା। ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିଥିଲେ ବିଗ ବସ ୧୧ର ପ୍ରତିଯୋଗୀ ପ୍ରିୟଙ୍କ ଶର୍ମା। ଏହି ଆଲବମ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ସଫଳ ହୋଇଥିଲା।