ହିମାନୀ ଶିବପୁରୀଙ୍କୁ କରୋନା

ମୁମ୍ବାଇ: ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ଜଣାଶୁଣା ଅଭିନେତ୍ରୀ ହିମାନୀ ଶିବପୁରୀଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ହିମାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୋତେ କରୋନା ଭାଇରସ ସଂକ୍ରମିତ କରିଛି । ଯେଉଁମାନେ ମୋ ସହ ଯୋଗାଯୋଗ କରିଛନ୍ତି, ସେମାନେ ଦୟାକରି ସେମାନଙ୍କର କରୋନା ଟେଷ୍ଟ କରନ୍ତୁ ” ।

ଏହି ଖବର ଆସିବା ମାତ୍ରେ ଇଣ୍ଡଷ୍ଟ୍ରିର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛନ୍ତି ।

ହିମାନୀ ୧୯୮୪ ଚଳଚ୍ଚିତ୍ର ‘ଅବ ଆୟେଗା ମଜା’ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ‘ହମ ଆପକେ ହେ କୌନ’, ‘ହମ ସାଥ ସାଥ ହେଁ’, ‘କବି ଖୁସୀ କଭି ଗମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ବହୁତ ଲୋକପ୍ରିୟ ହୋଇଥିଲା। ହିମାନୀ ‘ହମରାହି’, ‘ହସତେ’, ‘କୌସଟି ଜିନ୍ଦେଗୀ କି’, ‘କିୟି କି ସାସ କଭୀ ବୋହୁ ଥି’ ଭଳି ଅନେକ ହିଟ୍ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି ।