ଆଜିଠାରୁ ୬ ମାସ ପାଇଁ ବନ୍ଦ ହେବ ବଦ୍ରିନାଥ ଧାମ

ଚମୋଲି: ବଦ୍ରିନାଥ ଧାମର କବାଟ ଆଜି (ରବିବାର ଅର୍ଥାତ ନଭେମ୍ବର ୧୭) ସନ୍ଧ୍ୟା ୫ଟା ୧୩ ମିନଟି ପରଠାରୁ ବନ୍ଦ ହୋଇଯିବ। ଭଗବାନ ବଦ୍ରିବିଶାଳଙ୍କ କବାଟ ଶୀତଋତୁ ପାଇ ବନ୍ଦ କରାଯିବ। କୁହାଯାଇଥାଏ ଯେ, ବଦ୍ରିନାଥଙ୍କୁ ୬ ମାସ ମନୁଷ୍ୟମାନେ ପୂଜା କରିଥାନ୍ତି ଏବଂ ଆଉ ୬ ମାସ ଦେବତାମାନେ ପୂଜା କରନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟମାନେ ଏଠାରେ ଭଗବାନ ବଦ୍ରିବିଶାଳଙ୍କ ପୂଜା କରୁଥିବା ବେଳେ ଶୀତଋତୁରେ ଦେବତାମାନେ ପୂଜାର୍ଚ୍ଚନା କରିଥାନ୍ତି।

ଭଗବାନ ବଦ୍ରିବିଶାଳଙ୍କ କବାଟ ନଭେମ୍ବର ୧୭ ସନ୍ଧ୍ୟା ୫ଟା ୧୩ ମିନିଟରୁ ଆଗାମୀ ୬ ମାସ ପାଇଁ ବନ୍ଦ ରହିବ। ଏଥି ପାଇଁ ରବିବାର ବଦ୍ରିନାଥଙ୍କ ଶୀତଋତୁ ପାଇଁ ଅନ୍ତିମ ଦର୍ଶନ ମିଳିପାରିବ। ଏଥି ପାଇଁ ଶନିବାର ଭଗବାନ ବଦ୍ରିନାଥ ଧାମକୁ ୫୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି। ଭଗବାନଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ବଦ୍ରିବିଶାଳଙ୍କୁ ରବିବାର ସକାଳୁ ଫୁଲରେ ସଜାଯିବ। କୌଣସି ରତ୍ନଖଚିତ ମୁକୁଟ ଅଥବା ମାଳା ଭଗବାନଙ୍କୁ ଅର୍ପଣ କରାଯିବ ନାହିଁ। ପୂରା ଦିନ କବାଟ ଖୋଲା ରହିବ। ଅପରାହ୍ଣରେ ଭୋଗ ଲାଗିବା ପରେ ସନ୍ଧ୍ୟାରେ କବାଟ ବନ୍ଦ କରି ଦିଆଯିବ।

କବାଟ ବନ୍ଦ କରିବା ପ୍ରକ୍ରିୟା ପାଇଁ ଶନିବାର ମୁଖ୍ୟ ପୂଜାରୀ ରାଓ୍ଵଲଙ୍କ ସ୍ତ୍ରୀ ରୂପରେ ମା’ ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ ଦିଆଯାଇଛି। ସେ ଆଜି ସନ୍ଧ୍ୟାରେ ଲକ୍ଷ୍ମୀ ରୂପରେ ଆସି କବାଟ ବନ୍ଦ କରିବେ। ଚଳିତ ବର୍ଷ ବଦ୍ରିନାଥ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଧାମକୁ ୧୨ ଲକ୍ଷ ୨୫ ହଜାର ଶ୍ରଦ୍ଧାଳୁ ଆସିଛନ୍ତି, ଯାହାକି ଗତ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି।