ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି।
ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି।
୯୯.୯% ସୁନା ୧୦ ଗ୍ରାମକୁ ୩୫,୯୭୦ ଟଙ୍କା ଥିବା ବେଳେ ୯୯.୫% ସୁନା ୧୦ ଗ୍ରାମ ପିଛା ୩୫,୮୦୦ ଟଙ୍କାରେ ବିକ୍ରି ହେଉଛି। ଶନିବାର ସୁନା ଦର ୮୦ ଟଙ୍କା ହ୍ରାସ ପାଇଥିଲା। ଫଳରେ ୧୦ ଗ୍ରାମକୁ ୩୫,୮୭୦ ଟଙ୍କାରେ ବିକ୍ରି କରାଯାଉଥିଲା।”