ଓଡ଼ିଶାରେ ୧୧୯୭ ହୋଇଥିଲା ନମୁନା ପରୀକ୍ଷା; ସବୁ ନେଗେଟିଭ୍‌

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା ହୋଇଥିଲା । ତେବେ ସମସ୍ତ ନମୁନା ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତମାନ ସୁଦ୍ଧା ୬୭୩୪ ନମୁନା ପରୀକ୍ଷା ହୋଇଛି। ଏଥିରୁ ୬୬୭୪ ନମୁନା ନେଗେଟିଭ୍‌ ଆସିଛି। ମୋଟ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଏଯାଏ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତମାନ ମଧ୍ୟ ୪୦ ଜଣଙ୍କଠାରେ କରୋନା ଭୁତାଣୁ ସକ୍ରିୟ ରହିଛି। ଅନ୍ୟପକ୍ଷରେ ବୁଧବାରର ଅନ୍ୟ ଏକ ସଫଳତା ସ୍ୱରୂପ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବ୍‌ ଶୀଘ୍ର ଡିସଚାର୍ଜ କରାଯିବ।