୧୦ ଯାଏ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରିଛି ସିଏମସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ପୂର୍ବରୁ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଟକକୁ ସିଏମ୍‌ସି ଶଟ୍‌ଡାଉନ୍ ଘୋଷଣା କରିଥିବା ବେଳେ ହାଇକୋର୍ଟ ମଧ୍ୟ ବନ୍ଦ କରିବାକୁ ମଧ୍ୟ ହାଇକୋର୍ଟ ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଥିଲେ। ଏହି ଶଟ୍‌ଡାଉନ ଅବଧିକୁ ସିଏମସି ବୃଦ୍ଧି କରିଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।