ଜୁନ ୨୨ ସୁଦ୍ଧା ରଥକାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଯଥାସମ୍ଭବ ରଥକାମ ସାରିବାକୁ କୋର୍ଟ କହିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରଥନିର୍ମାଣ କାର୍ଯ୍ୟ ଜୋରଦାର ହେଉଥିବା ଏଜି ଜଣାଇଛନ୍ତି । ଏହାଛଡା ୨୨ ଜୁନ ମଧ୍ୟରେ ରଥ ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଏଜି ଜଣାଇଥିବା ସୂଚନା ମିଳିଛି ।