ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡଆଲର୍ଟ ଜାରି

ନୂଆଦିଲ୍ଲୀ: ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡଆଲର୍ଟ ଜାରି ହୋଇଛି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ମେଟ୍ରୋ ସମେତ ୧୨ଟି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ତାକୁ ବୃଦ୍ଧି କରାଯାଇଛି । ବାହାରୁ ଆସୁଥିବା ଗାଡିକୁ ତନତନ କରି ଯାଂଚ କରାଯାଉଛି । ସେପଟେ, ଭାରତ ଓ ପାକିସ୍ତାନ ବଢ଼ୁଥିବା ଉତେଜନାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ହାଇଆଲର୍ଟ ଜାରି କରିଛି ପାକ୍ ସରକାର । ଆଜି ଦ୍ୱିତୀୟ ଦିନରେ ପାକିସ୍ତାନରେ ସମସ୍ତ ବିମାନ ଉଡାଣ ବନ୍ଦ ରଖିଛି । ସମସ୍ତ ଆନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ ରଦ୍ଧ କରିଛି ପାକିସ୍ତାନ । ସେହିପରି ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରିଛି । ତିନି ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଇମ୍ରାନ ସରକାର । ସମୁଦ୍ର ଉପକୂଳରେ ମଧ୍ୟ ସେନାକୁ ସତର୍କ କରିଛି ପାକିସ୍ତାନ । ପାକିସ୍ତାନକୁ ଘାରିଛି ଭାରତ ଆକ୍ରମଣ କରିବାର ଭୟ ।