ନନ୍ଦନକାନନରେ ‘ହରପିସ୍’ ଭାଇରସ୍ ଭୟ: ସ୍ଥାନାନ୍ତର କରାଯିବ ୬ ହାତୀ

ଭୁବନେଶ୍ୱର:ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୃତ୍ୟୁ ହୋଇଥିବା ଏକ ପୁରୁଷ ହାତୀ ଚନ୍ଦର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଚନ୍ଦନ ହରପିସ୍‌ ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଛି । ସେପଟେ ଅନ୍ୟ ହାତୀଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡ଼ିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଗତକାଲି ଭୋର ପ୍ରାୟ ୩ଟା ୪୦ରେ ଚନ୍ଦନର ମୃତ୍ୟୁ ଘଟିଛି । ଗତ ୧୩ ତାରିଖରୁ ସେ ଅସୁସ୍ଥ ଥିଲା । ସେ ହରପିସ୍‌ ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୋଷ୍ଟମଟର୍ମ ରିପୋର୍ଟରେ ତାହା ସ୍ପଷ୍ଟ ହୋଇଛି । ତେବେ ନନ୍ଦନକାନନରେ ଥିବା ଅନ୍ୟ ୬ ମାଈ ହାତୀଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଉଛି । ଯେଉଁଠାରେ ସେମାନେ ଆଉ କେଉଁ ହାତୀର ସଂସ୍ପର୍ଶରେ ଆସି ପାରିବେ ନାହିଁ । ଆଜି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସୂଚନା ରହିଛି ।