ପତ୍ନୀଙ୍କୁ ସାଙ୍ଗରେ ନଆଣିବା ପଡିବ ମହଙ୍ଗା, ରଥ ଭାଙ୍ଗିବେ ଲକ୍ଷ୍ମୀ

ପୁରୀ  : ହେରା  ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ   ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ  ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଛନ୍ତି  ମାଆ ଲକ୍ଷ୍ମୀ । ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ ସୁଝାଇବେ । ଆଜି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେ।ଇଛି । ପାଳିଆ ମହାଜନ ମା ଲକ୍ଷ୍ମୀଙ୍କୁ ମାଜଣା କରିବା ସହିତ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୁଜାପଣ୍ଡା ସେବକ ପନ୍ତି ଭେ।ଗ କରିବେ । ଘଣ୍ଟ, ଛତା, ପଟୁଆରରେ ମା ମହାଲକ୍ଷ୍ମୀ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘେ।ଷ ରଥ ଭାଙ୍ଗିବେ । ଏହାପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବେ ।  ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ହେରାଗେ।ହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ସେପଟେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେଜନ୍ମ ବେଦୀକୁ ଆସିଥିବା କାଳିଆ ସାଆନ୍ତଙ୍କ ଆଜି ହେଉଛି ପଞ୍ଚମ ଦିନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ।