ରାଂଚି: ଆଜି ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ । ରାଜ୍ୟପାଳ ଦୌପଦୀ ମୁର୍ମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଂଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ବିଧାୟକ ଆଲମଗିର ଆଲମ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମନମୋହନ ସିଂହ ସରକାରରେ ରାମେଶ୍ୱର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ।
ହେମନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଏହି ଶପଥ ନେଇଛନ୍ତି। ପୂର୍ବରୁ ୨୦୧୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ହେମନ୍ତ।