ଭୁବନେଶ୍ବରରେ ଡ୍ରିମ୍‌ଗର୍ଲ

ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି: ହେମାମାଳିନୀ

ଭୁବନେଶ୍ବରରେ ପହଞ୍ଚିଲେ ଡ୍ରିମ୍‌ଗର୍ଲ ହେମାମାଳିନୀ । ସାଲିଆସାହିରେ ବିଜେପି ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନରେ କଟକ କିଶୋରନଗରରେ ଦଳୀୟ ସଭାରେ ଯୋଗ ଦେବେ ହେମା ।

ଭୁବନେଶ୍ବର ବିମାନବନ୍ଦର ବାହାରେ ହେମାମାଳିନୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି ।

ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଦରକାର । ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଏଠି ବିଜେପି ସରକାର କରିବ ବୋଲି ହେମାମାଳିନୀ କହିଛନ୍ତି ।