ଓଡିଶା-ମୋ ପରିବାର ପକ୍ଷରୁ କରୋନା ମୃତକଙ୍କ ଶବ ସତ୍କାର ଲାଗି ସହାୟତା କେନ୍ଦ୍ର

ଭୁବନେଶ୍ୱର: ୨୦୨୦ ମସିହା ଯେପରି ସମଗ୍ର ବିଶ୍ୱ ପାଇଁ ପାଲଟି ଯାଇଛି ଏକ ଅଭିଶପ୍ତ ବର୍ଷ | ଏହି ବର୍ଷରେ କରୋନା ମହାମାରୀ ଅନେକ ଲୋକଙ୍କ ପ୍ରାଣ ନେବା ସହ ନିୟମିତ ଭାବରେ ଲକ୍ଷ ଲକ୍ଷ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ମାସ ୨୦ତାରିଖରୁ ଓଡିଶା-ମୋ ପରିବାର ତରଫରୁ କରୋନା ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଶବ ସତ୍କାରରେ ସହାୟତା କରାଯାଉଛି |

help-desk-provided-by-odisha-mo-parivar-for-the-funeral-service-of-covid-19-deceased

ଓଡିଶା-ମୋ ପରିବାର ତରଫରୁ ନିୟୋଜିତ ସ୍ଵେଚ୍ଛାସେବୀମାନେ କରୋନା ମୃତକଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନରେ ସମସ୍ତ ପ୍ରକାର ସହାୟତା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନିଜର ପରିବାର ସଦସ୍ୟ ଭଳି ମାନସିକ ସ୍ତରରେ ଶାନ୍ତ୍ବନା ପ୍ରଦାନ କରିଥାନ୍ତି |

help-desk-provided-by-odisha-mo-parivar-for-the-funeral-service-of-covid-19-deceased

ଆଜି ରାଜଧାନୀ ଭୁବନେଶ୍ୱରରେ ଓଡିଶା-ମୋ ପରିବାର ତରଫରୁ ସତ୍ୟନଗର ଶ୍ମସାନଘାଟରେ ଏକ ସହାୟତା କେନ୍ଦ୍ର ସ୍ଥାପିତ ହୋଇଛି  | ସଂପୃକ୍ତ ସହାୟତା କେନ୍ଦ୍ରରେ ପିପିଇ କିଟ୍, ଶବଦାହ ପରେ ଅସ୍ଥି ନେବା ଲାଗି ମାଟି ପାତ୍ର ସହ ପାଣି ବୋତଲ ମଧ୍ୟ ଓଡିଶା-ମୋ ପରିବାର ତରଫରୁ ପ୍ରଦାନ କରାଯିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଏହା ଆଜି ଏହି ସହାୟତା କେନ୍ଦ୍ରରେ ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଏବଂ ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କରୋନା ମୃତକଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନରେ ସହାୟତା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶାନ୍ତ୍ବନା ପ୍ରଦାନ କରିଥିଲେ |