ପାରଦ ଖସିଲା , ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ : ୨ ଦିନ ହେଲା ଶୀତରେ ଥରୁଛି କନ୍ଧମାଳ । ହଠାତ୍ ତାପମାତ୍ରା କମିବା ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଆଜି ଫୁଲବାଣୀରେ ତାପମାତ୍ରା ୮.୫ ଡିଗ୍ରୀ ରହିଥିବା ବେଳେ ତାହାଆହୁରି କମିବାର ସମ୍ବାବନା ରହିଛି । ସେହିଭଳି ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡ଼ିଗ୍ରୀ ରହିଥିବା ବେଳେ ସିମନାବାଡ଼ି ଓ ଆଖପାଖ ଅଞ୍ଚଳରେ ୮ ରୁ ୯ ଡ଼ିଗ୍ରୀ ରହିଛି । ସେହିଭଳି ବେଲଘରରେ ତାପମାତ୍ରା ମଧ୍ୟ ୮.୫ ଡ଼ିଗ୍ରୀରେ ପହଞ୍ଚିଛି । ଶୀତ ସହିତ କୁହୁଡ଼ି ପଡ଼ୁଥିବାରୁ ଲୋକଙ୍କ ପାଇଁ ସମସ୍ୟା ହୋଇଛି । ରାତି ପ୍ରାୟ ୧୦ଟାରୁ କୁହୁଡ଼ି ଆରମ୍ଭ ହେଇ ଯାଉଥିବା ବେଳେ ତାହା ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ଲାଗି ରହୁଛି । ପ୍ରବଳ କୁହୂୁଡ଼ି ଯୋଗୁଁ ରାତ୍ରରେ ଯାନ ବାହାନ ଚଳାଚାଳରେ ନାହିଁ ନଥିବା ହେଉଛି । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଫୁଲବାଣୀ ବସଷ୍ଟାଣ୍ଡରେ ଅସ୍ଥାୟୀ ଶୀବର ନିର୍ମାଣ କରିଥିବା ବେଳେ ଅନେକ ସେଠାରେ ଆଶ୍ରୟ ନେଉଛନ୍ତି ।